Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳିକୁ ଭିଡି ମାରିଦେଲା ଅଜଗର ସାପ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କଳାପଥର ପଞ୍ଚାୟତ ଅନ୍ତର୍ଗତ କୁଡାପଡl ବନ୍ଧ ହିଡ଼ ରେ ଆଜି ଏକ ଅଜଗର ସାପ ଏକ ଛେଳି କୁ ଭିଡିମାରି ଦେବା ରୁ ଛେଳିଟି ର ମୃତ୍ୟୁ ହୋଇ ଯାଇଛି l ସୂଚନା ଅନୁସାରେ ଆଜି ଅପରାହ୍ନ ରେ କଳାପଥର ଗ୍ରାମ ର  ସଦାନନ କର୍ଣ୍ଣ ନାମକ ଛେଳି ଚରାଳି   କଳାପଥର-କୁଡାପଡା ମଝି ରେ ଥିବା   କଟାବନ୍ଧ  କୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ  ଉହାଡ଼ ରେ ଲୁଚି ଥିବା ଅଜଗର ସାପ ଟି ଛେଳି କୁ ଭିଡି ଧରି ଥିଲା l ଫଳରେ ଛେଳି ଚରlଳି ଜାଣି ପlରି ସେଠାରେ ଥିବା ଲୋକମାନଙ୍କୁ ଡାକିବା ପରେ ଦେଖିଲେ ଯେ ସାପ ଗିଳି ଥିବା ଛେଳି ଟିକୁ ପେଟ ରୁ ପୁଣି ବାହାର କରି ଦେଇଥିଲା l ପରେ ବନ ବିଭାଗ କୁ ଖବର ଦେବା ପରେ ଅଜଗର ସାପ କୁ ନେଇ ନିକଟସ୍ଥ ସୁନାପାଲି  ଜଙ୍ଗଲ ରେ ଛାଡି ଦେଇ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ