Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଶନଶକ୍ତି ସ୍କୁଟର୍ ଯୋଜନାରେ ରୁଣ ପ୍ରଦାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ବ୍ୟାଙ୍କ ଭାବେ ବଲାଙ୍ଗିର ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ୭ ଜଣ ଙ୍କ ଋଣ ମଞ୍ଜୁର କରିଥିବା ଜଣାପଡିଛି । ସୁଚନା ଅନୁଶାରେ ରାଜ୍ୟ ସରକାର ଙ୍କ ଦ୍ବାରା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମହିଳା ସ୍ବୟଂସହାୟିକା ଗୋଷ୍ଠିର ସଦସ୍ୟା ମାନଙ୍କ ପାଇଁ ସ୍କୁଟର ଯୋଜନା କରିଥିବା ବେଳେ ଏହି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ କରି ବୀରମହାରାଜପୁର ସ୍ଥିତ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ୭ ଜଣ ସଦସ୍ୟା ଙ୍କୁ ଋଣ ପ୍ରଦାନ କରିଛି । ଆଜି ବ୍ୟାଙ୍କ ପରିସର ରେ ଶାଖା ପରିଚାଳକ ରଞ୍ଜନ ମିଶ୍ର ଯୋଗଦେଇ ସମସ୍ତ ଋଣ ଗ୍ରହିତା ଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମିଶିନ ଶକ୍ତି ସଂଯୋଜିକା ବିଥିକାରାଣି ମିଶ୍ର ଉପସ୍ଥିତ ଥିବା ସହ ବ୍ୟାଙ୍କ କର୍ମଚାରି ଉପସ୍ଥିତ ଥିଲେ I