Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତୈଲିକ୍ ବୈଷ୍ୟ ସାମାଜ ର ବୈଠକ ବାଗବର ଚନ୍ଦ୍ରମଣି ମଠ ରେ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବାର ସ୍ଥିତ ଚନ୍ଦ୍ରମଣି ମଠରେ ତୈଳିକ ବୈଶ୍ୟ ସମାଜର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜର ବ୍ଲକ ସଭାପତି ଗଙ୍ଗାଧର ସାହୁଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ବୈଠକରେ ଜାତି ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା , ପରିଚାଳନା କମିଟୀ କୁ ପୁନଃ ମନୋନୀତ , ଆୟ ବ୍ୟୟ ର ହିସାବ , ଆଗକୁ ସମାଜ କଲ୍ୟାଣ ପାଇଁ ବିଭିନ୍ନ ସେବା ଉପରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକ ରେ ସୋନପୁର ଜିଲ୍ଲା ସଭାପତି ଧନଞ୍ଜୟ ସାହୁ , ସଂପାଦକ ଦୁଃଖିଶ୍ୟାମ ସାହୁ , ସହ ସଂପାଦକ ଗଜାନନ ସାହୁ , ବିନକା ବ୍ଲକ ସଂପାଦକ ରାମଚନ୍ଦ୍ର ସାହୁ , ଉଲୁଣ୍ଡା ବ୍ଲକ କୋଷାଧ୍ୟକ୍ଷ କିଶୋର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ସମାଜରେ ଶୃଙ୍ଖଳା ପାଇଁ ଜାତି ସମାଜର ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ସମାଜର କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ।ଏଥିରେ ବୀରମହାରାଜପୁର ବ୍ଲକର ଉପଦେଷ୍ଟା ଗୋପୀନାଥ ସାହୁ , କୋଷlଧ୍ୟକ୍ଷ ସୁରୁବାବୁ ସାହୁ , ବୁଧୁରାମ ସାହୁ , ସୁବର୍ଣ୍ଣ ସାହୁ , ରାଜୁ , ସୁରୁ , ପ୍ରମୋଦ , ଛବିଳ , ପ୍ରହଲ୍ଲାଦ , ଦିଗାମ୍ବର , ଶ୍ରୀବତ୍ସ , ଘାସିରାମ , ସୁଦର୍ଶନ , ଖଗେଶ୍ୱର , ବିରୁପାକ୍ଷ , ସୁବାସ , କୃପାସିନ୍ଧୁ , ପୁରୁଷୋତ୍ତମ ପ୍ରମୁଖ ତୈଳୀକ ସାହୁ ସମାଜ ଉପସ୍ଥିତି ରହି ନିଜ ନିଜ ମତବ୍ୟକ୍ତ ପ୍ରଦାନ କରିଥିଲେ ।