Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରାୟାନ ୩ ର ସଫଳତା ନେଇ ଚକଖଡି ଶିଳ୍ପୀ ବିଜୟ ଙ୍କ କଳାକୃତି।

ଗୋପାଳପୁର,୨୩/୦୮ ଚନ୍ଦ୍ରାୟାନ ୩ ର ସଫଳତା ନେଇ ଡୁରା ର ଚକଖଡି ଶିଳ୍ପୀ ତଥା ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ଙ୍କ ପକ୍ଷରୁ ଚକଖଡି ରେ ଚନ୍ଦ୍ରାୟାନ ର ବିଭିନ୍ନ କଳାକୃତି କରି ଖୁସି ମନାଇଛନ୍ତି।ଏଥି ସହ ଏହାର ସଫଳତା ପାଇଁ ମିଶନ ଚନ୍ଦ୍ରାୟାନ ରେ ସାମିଲ ରହିଥିବା ସମସ୍ତ ବୈଜ୍ଞାନିକ ଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ‌ବିଜୟଙ୍କ ପକ୍ଷରୁ ପ୍ରାୟ ୧ ଘଣ୍ଟା ଧରି ୫ ଟି ଚକଖଡି ରେ ଇସ୍ରୋ, ଚନ୍ଦ୍ର,ପ୍ରଞାନ ରୋଭର,ବିକ୍ରମ ଲେଣ୍ଡର ଓ ଚନ୍ଦ୍ରାୟାନ ର ସୁକ୍ଷ୍ମ କାରିଗରୀ ରେ ଅବିକଳ ପ୍ରତିକୃତି କରିବା ସହ ରଙ୍ଗ ଦେଇଛନ୍ତି।ବିଜୟ ଏହା ପୂର୍ବରୁ ଚକଖଡି ରେ ଅନେକ କଳାକୃତି କରି ପ୍ରଶଂସା ସାଉଁଟି ବା ସହ ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବା ସହ ପ୍ରଶଂସିତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ