ସୁବର୍ଣ୍ଣପୁର ଜିଲ୍ଲାରେ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ା


ସୁବର୍ଣ୍ଣପୁର-ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷ ରେ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ଅତି କମସଂଖ୍ୟକ ଗର୍ଭବତୀ ମାଁ ଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷା ହେଉଥିବା ରୁ ଅଧ୍ୟକ୍ଷ ଉଦବେଗ ପ୍ରକାଶ କରିବା ସହ ଏହାକୁ ବୃଦ୍ଧି କରିବାକୁ ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି l ଜିଲ୍ଲାରେ କନ୍ୟା ଶିଶୁ ଜନ୍ମ ହାର କମ ରହୁଥିବାରୁ ଏହାର କାରଣ ଓ ନିରାକରଣ ନିମନ୍ତେ ଏକ ନିୟମିତ ଯାଞ୍ଚ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି l ବିଭାଗୀୟ କାର୍ଯ୍ୟକ୍ରମର ସୁଫଳ ଯେପରି ସମସ୍ତ ହିତାଧିକାରୀ ଙ୍କ ପାଖରେ ସହଜ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆବଶ୍ୟକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାର ସମସ୍ତ ପଞ୍ଜିକୃତ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସତ୍ବାଧୀକାରୀ ପ୍ରମୁଖ ଅନ୍ୟୁନ ୨ ଟି ଲେଖାଏଁ ପ୍ରାଚୀର ଵିଜ୍ଞାପନ ପ୍ରଦାନକୁ ସୁନିଶ୍ଚିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା l ବୈଠକ ପ୍ରାରମ୍ଭରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦୈତ୍ୟନାରାୟଣ ପାଢ଼ୀ ସ୍ୱାଗତ ସମ୍ଭାଷଣ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏଲଏ ଆଇଏସ ଶୋଭନା ଦାଶ ଗତ ବୈଠକର ନିଷ୍ପତି ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଡିପିସିଏଚ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ,
ଡି ପି ଏଚ ଓ ଡ଼ ଦୁର୍ଗାଦତ୍ତ ଦାଶ , ଡିପି ଏଚ ଓ ମନୋଜ କୁମାର ଅଦାବର,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ପ୍ରକାଶ କୁମାର ଦଣ୍ଡସେନା , ଡ଼ ଦିଲୀପ କୁମାର ପୁରୋହିତ,ଡ଼ ପଦ୍ମହଂସା ଦୋରା ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଅତିରିକ୍ତ ସରକାରୀ ଓକିଲ ଅଟଳ ବିହାରୀ ମହାପାତ୍ର, ଡି ଏସ ଡବ୍ଲୁ ଓ ଅନିତା ଗୁରୁ,ଆଇନ ପରାମର୍ଶ ଦାତା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ କେଶବ ଚନ୍ଦ୍ର ମେହେର ,ଡିପି ଏମ ବିଶ୍ୱମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l