Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପକ ଆଇସପଏଣ୍ଟ ଗୋବିନ୍ଦପାଲିରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ,୬ଅଭିଯୁକ୍ତ କୋର୍ଟ ଚାଲାଣ

ଚିପିଲିମା,୨୩/୦୮ ସମ୍ବଲପୁର ବୁର୍ଲାଥାନା ଚିପିଲିମା ଗୋବିନ୍ଦପାଲି ଦିପକ ଆଇସପଏଣ୍ଟ ଦୋକାନରେ ଗତ ସୋମବାର ରାତି ପ୍ରାୟ ୯ଟାରେ କିଛି ଯୁବକ ଆସି ସିଗାରେଟ ଉଧାରି ମାଗିଥିଲେ।ଦୋକାନୀ ଉଧାରୀ ଦେବାକୁ ମନାକରି ଆଗର ବକେୟା ଦେଇଦେବାକୁ କହିଥିଲେ।ଏଥିରେ ସେମାନେ ଉତ୍ୟକ୍ତ ହୋଇ ଅମିତ ବଘାର କୁ ଅତର୍କିତ ଏକ ଆକ୍ରମଣ କରି ଦୋକାନ ଭଙ୍ଗାରୁଜା କରିଥିଲେ।ଏଥିରେ ଅମିତର ଭଣଜା ଦୀପକ ଛୁରିଆ ଓ ଅନ୍ୟ ଦୁଇ ସହଯୋଗି ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ବୋତଲଭାଙ୍ଗି ଆକ୍ରମଣ କରିଥିଲେ।ଆକ୍ରମଣରେ ଦୀପକ ଗୁରୁତର ଥିବାବେଳେ,ଅନ୍ୟ ୩ଜଣ ଆହତ ହୋଇ ବୁର୍ଲା ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଏନେଇ ବୁର୍ଲାଥାନାରେ କେସ ନଂ ୩୭୨/୨୦୨୩ ରେ ମାମଲା ରୁଜୁ ପରେ ଦଫା ୩୪୧,୨୯୪,୩୨୩,୩୨୪,୩୩୭,୩୮୪,୪୨୭,୫୦୬,୩୦୭,୩୭୯,(୩୪/ଆଇପିସି)ରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଚିପିଲିମାର ଅମନ କୋକ ଓରଫ ରାହୁଲ (୨୨),ଜିତେନ୍ଦ୍ରିୟ ଭୂୟାଁ (୨୧),ଗଜେନ୍ଦ୍ର କମାର (୨୧),ଦିନେଶ ମହାନନ୍ଦ (୨୩),ରାହୁଲ ଭୋଇ (୧୯),ଓ ବଗବିରାର ଆଦିକନ୍ଦ ଠେଲା (୨୧)ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ