Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ୍‌-୨୦୨୩ ଆଜି ଠାରୁ ଆରମ୍ଭ ।

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ୍‌-୨୦୨୩ ଆଜି ଠାରୁ ଆରମ୍ଭ ହେଉଛି। ଜିଲ୍ଲାର ସୋନପୁର, ବିନିକା, ତରଭା, ଉଲୁଣ୍ଡା, ବୀରାମହରାଜପୁର, ଡୁଙ୍ଗୁରିପାଲି ଏବଂ ସୁବର୍ଣ୍ଣପୁର ପୌର ପରିଷଦକୁ ନେଇ ୭ଟି ଜୋନ୍‌ କରାଯାଇଛି। ପ୍ରଥମେ ଜୋନ୍ ସ୍ତରରେ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ୮୩ଟି ଟିମ୍ ଭାଗ ନେଇଥିବାବେଳେ ଜୋନ୍ ସ୍ତରରେ ଚାମ୍ପିଅନ ଟିମକୁ ନେଇ ସେପ୍ଟେମ୍ବର ୬ ତାରିଖଠାରୁ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୫ ରେ ପ୍ରଥମ ସେମିଫାଇନାଲ ଏବଂ ୧୬ ରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୭ ତାରିଖ ସହରର ରୟାଲ ପଡ଼ିଆରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ମଝିପଡ଼ା କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ, ଫୁଟବଲ ସମ୍ପାଦକ ରାଜୀବ ସାହୁ, କଇରୁ ସ୍ବାଇଁ, ଗୌରୀଶ୍ୟାମ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ଗତିକୃଷ୍ଣ ମିଶ୍ର, ଦିଗାମ୍ବର ଶତପଥୀ, ଦିଲ୍ଲୀପ ଗୁରୁ, କୃଷ୍ଣଚନ୍ଦ୍ର ବାଘ, କମଳାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ