Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମସାର ବୁର୍ଲା ମେଡିକାଲ ପରିସରରେ ଏକ ଆଶାଗୃହ ନିର୍ମାଣ ଦାବିନେଇ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ,ଅଶାଗୃହ ନିର୍ମାଣ ପାଇଁ ମିଳିଲା ପ୍ରତିଶୃତି

ଵଚିପିଲିମା,୨୫/୦୮ ଭୀମସାର ବୁର୍ଲା ମେଡିକାଲକୁ ପ୍ରସୂତିକାଳୀନ ସେବା ପାଇଁ ଦୈନନ୍ଦିନ ଆସୁଛନ୍ତି।ହେଲେ ଆଶାମାନଙ୍କ ରହଣିପାଇଁ ଆଶାଗୃହଟିଏ ନାହିଁ।ଫଳରେ ସେମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ଏହି ପରିପେକ୍ଷିରେ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ବିଭିନ୍ନ ଜିଲାର ପ୍ରାୟ ୨୦୦ ଆଶାକର୍ମୀ ବୁର୍ଲା ଭାରତୀକ୍ଲବ ଠାରେ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ବାହାରି ଭୀମସାର ମେଡିକାଲ କୁ ପହଞ୍ଚିଥିଲେ।ପରେ ଭୀମସାର ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଆଶାକର୍ମୀମାନଙ୍କ ସମସ୍ୟାକୁ ଦୃଷ୍ଟିରେରଖି ବର୍ତମାନ ପାଇଁ ମେଡିକାଲ ଆଇସିୟୁ କମପ୍ଲେକ୍ସ ର ଏକ କୋଠାକୁ ଅସ୍ଥାୟୀ ଭାବେ ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ କୋଠା ଉପରେ ଆଶାଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆଶାକର୍ମୀମାନେ ଶାନ୍ତ ହୋଇଥିଲେ।ଆଶାକର୍ମୀମାନଙ୍କୁ ମେଡୀକାଲରେ ଉତ୍ତମ ବ୍ୟବହାର ମିଳୁନଥିବାରୁ ଏ ଦିଗରେ ଦୃଷ୍ଟିଦେବାକୁ ଦାବିକରିଥିଲେ।ବିଏଚଏମଏସ ଜିଲା ସଂପାଦକ ଆଶୁତୋଷ ବିଶି,ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ସାହୁ ସମେତ ଆଶାକର୍ମୀ ଆଲୋଚନାରେ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ