Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଜେଏମଏଫସି କୋର୍ଟ ର ୪ର୍ଥ ପ୍ରତିଷ୍ଠା ଦିବସ ପାଳନ।

କୋକସରା:୨୬/୦୮:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଗତ ୨୬ ଅଗଷ୍ଟ ୨୦୧୯ ରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ଶନିବାର ୪ ବର୍ଷ ପୂର୍ତ୍ତି ଅବସର ରେ କୋକସରା ବାର ଆସୋସିଏସନ ପକ୍ଷରୁ କୋର୍ଟ ପରିସରରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସର ରେ ଜେଏମଏଫସି କୋର୍ଟ ର ମାନ୍ୟବର ବିଚାରପତି ଶ୍ରୀମତୀ ରିତିକା ଜେନା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ୪ ବର୍ଷ ପୂର୍ତ୍ତି ଅବସର ରେ କେକ କାଟି ଶୁଭେଚ୍ଛା ଜଣାଇବା ସହ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।ଏହି ଅଵସର ରେ କୋର୍ଟ ପରିସରରେ ବାର ଆସୋସିଏସନ ର ସଭାପତି ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଖମାରି, ସମ୍ପାଦକ ଲଖିଧର ମେହେର, ସରକାରୀ ଓକିଲ ଅଜିତ କୁମାର ପଟ୍ଟନାୟକ ଉପସ୍ଥିତ ରହି ଜେଏମଏଫସି କୋର୍ଟ କୋକସରା ବ୍ଲକ ରେ ପ୍ରତିଷ୍ଠା ଫଳରେ ଏହି ଅଞ୍ଚଳ ର ଜନସାଧାରଣ ଉପକୃତ ହୋଇଛନ୍ତି। ବାର ଆସୋସିଏସନ ପକ୍ଷରୁ ମଧ୍ୟ ବିଭିନ୍ନ ମାମଲା ନେଇ ଆସୁଥିବା ଜନସାଧାରଣ ଙ୍କୁ ଉପଯୁକ୍ତ ସେବା ଦିଆଯାଉଛି ବୋଲି କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରିୟ ରଞ୍ଜନ ବେହେରା,
ଆଇନଜୀବୀ ପଞ୍ଚାନନ ବେଶ୍ରା,ମାନସ ରଞ୍ଜନ ସିଂ, ରସିକ ରାଜ ଦୁର୍ଗା, ପ୍ରେମଲାଲ ସିଂ, ମନୋଜ କୁମାର ନାଏକ, ଲଳିତ କୁମାର ଦାସ, ଶ୍ରୀମତୀ ଝୁନା ଦାସ, ଉଗ୍ରେସନ ବାଗ,ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ ଓ ଜେଏମଏଫସି କୋର୍ଟ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ