Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିଇଓ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଘର ଧାରଣା ଶନିବାର ୯ମ ଦିନରେ ପହଞ୍ଚିଛି । ‌ବ୍ଳକ ନିର୍ବାହୀ ଅଧିକାରୀ ସଂଘ ସଭାପତି ଲିଙ୍ଗରାଜ ପଧାନ ଙ୍କ ନେତୃତ୍ବରେ ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ ତାରିଖ ଠାରୁ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଏଥିରେ ବ୍ଳକର ୯ ଜଣ ନିର୍ବାହୀ ଅଧିକାରୀ ସାମିଲ ହୋଇଛନ୍ତି। ‌ ସୂଚନାଯୋଗ୍ୟ ଯେ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସେମାନଙ୍କ ପଦବୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ରୁ ଯୁକ୍ତ ୩ କରିବା ସହିତ ଦରମା ହାର ଲେବୁଲ-୫ ରୁ ଲେବୁଲ-୯ କୁ ଧାର୍ଯ୍ୟ କରିବା , ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ , ଜିପିଡିଓ ପଦବୀରେ ଶତ ପ୍ରତିଶତ ପଦୋନ୍ନତି ଓ ଓପିଆରଏସ କ୍ୟାଡ଼ର ରୁଲରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି କରିଛନ୍ତି । ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ଯଥା ମାହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଗ୍ରାମୀଣ ଗୃହ ନିର୍ମାଣ ଯୋଜନା , ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନ , ରାଜ୍ୟ ୫ ମ ଅର୍ଥ କମିଶନ ଅନୁଦାନ ଯୋଜନା , ଭତ୍ତା ଉଠାଣ , ଜରୁରୀ ସହାୟତା ହରିଶ୍ଚନ୍ଦ୍ର ଯୋଜନା , ସାଧାରଣ ବଣ୍ଟନ ବ୍ୟବସ୍ଥା ଇତ୍ୟାଦି ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ବ୍ୟାହତ ହୋଇଛି । ଏହି ଧାରଣା ଫଳରେ ଜନସାଧାରଣ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ନିରାଶ ହୋଇ ଫେରୁଛନ୍ତି । ସରକାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସପକ୍ଷରେ ତୁରନ୍ତ ପଦକ୍ଷେପ ନେଲେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଶ୍ରୀଘ୍ର ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସାଧାରଣରେ ଦାବି ହୁଏ ।