Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦୁପାଲି ବୁରୋଘାଟ ରାସ୍ତା ପାଲଟିଛି ମରଣଯନ୍ତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଠାରୁ ବୁରୋଘାଟ କୁ ସଂଯୋଗ କରୁଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଛି । ‌ ଏହି ରାସ୍ତା ନିମ୍ନ ମାନର କାମ ଯୋଗୁଁ ଅଲ୍ପ ଦିନ ମଧ୍ୟରେ ପିଚୁ ଉଠିବା ସହ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ୨୦୧୫ ରେ‌ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହୋଇପାରିନାହିଁ । ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ତଥା ବହୁ ଲୋକ ଯିବା ଆସିବା କରିଥାନ୍ତି । ବିଶେଷ କରି ଜରୁରୀକାଳୀନ ଯାନ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ସନ୍ଧ୍ୟା ସମୟରେ ଯିବାଆସିବା ବେଳେ ଛୋଟ ବଡ ଦୁର୍ଘଟଣା ଶିକାର ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।‌ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଯାହାଫଳରେ ଲୋକଙ୍କ ମନରେ ଅସନ୍ତୋଷ ବାତାବରଣ ଦେଖାଦେଇଛି । ଜନସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଉକ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି ।