ଅସହାୟ ବୃଦ୍ଧାଙ୍କୁ ସହଯୋଗ ର ହାତ ବଢାଇଲା ଜନକଲ୍ୟାଣ ସେବା ଟ୍ରଷ୍ଟ


ଚିପିଲିମା, ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ବୈଜମୁଣ୍ଡା ର ମନ୍ଦା ଭଞ୍ଜ (୭୫)ଅସହାୟ ଭାବରେ ପଡିରହିଥିବାବେଳେ, ସାମାଜିକ ଅଗ୍ରଣୀ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ସହଯୋଗର ହାତବଢା ଇଛି।ସମବଲପୁର ମଣ୍ଡଳ ଟ୍ରଷ୍ଟ ସଭାପତି ବିରେନ୍ଦ୍ର ପ୍ରତାପ ସାହୁ ଓ ଟ୍ରଷ୍ଟ ପ୍ରତିଷ୍ଠାତା ମୁକୁନ୍ଦ ଦାସ ଅସହାୟ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ସହ ପନିପରିବା ଯୋଗାଇଛନ୍ତି।ଆସନ୍ତା ୩ ମାସ ପର୍ଯନ୍ତ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷ୍ୟରୁ କୁହାଯାଇଛି।ଏହି ଟ୍ରଷ୍ଟର ଏପରି ସାମାଜିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।