Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲାର ନିଖୋଜ ନାବାଳକଙ୍କ ଗଳିତ ଭାସମାନ ଶବ ଉଦ୍ଧାର

ଚିପିଲିମା, ଗତ ଶୁକ୍ରବାର ବୁର୍ଲା ବିଷ୍ଣୁମନ୍ଦିର ପଡା ନିକଟସ୍ଥ ପାୱାର କେନାଲ ରେ ଗାଧୋଉଥିବାବେଳେ, ଜଣେ ୧୨ବର୍ଷୀୟ ନାବାଳକ ପ୍ରକାଶ ରାଏ ଭାଇଯାଇ ନିଖୋଜ ହୋଇଥିଲେ।ବୁର୍ଲା ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ସଫଳ ହୋଇନଥିଲେ।ହେଲେ ଆଜି ରବିବାର ସକାଳେ ଜଣେ ଯୁବକଙ୍କ ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା।ଖବରପାଇ ବୁର୍ଲା ପୋଲିସ ଶବକୁ ଉଦ୍ଧାର କରିଥିବାବେଳେ, ବୁର୍ଲାର ନିଖୋଜ ନାବାଳକ ପ୍ରକାଶ ରାଏ ବୋଲି ଜଣାପଡିଥିଲା।ଏନେଇ ବୁର୍ଲାଥାନା ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ଏନେଇ ଅଂଚଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ