Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଶଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ବୌଦ୍ଧ କୁ ହରାଇ ବରଗଡ଼ ଚମ୍ପିଆନ୍

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପ୍ରଥମ କୋସଲ କପ ଫୁଟବଲ ରବିବାର ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚରେ ବୈଦ୍ଧ କୁ ହରାଇ ବରଗଡ ରୟାଲ ଚାମ୍ପିଅନ ହୋଇଛି l ରବିବାର ପୁଲ୍- ବି ର ପ୍ରଥମ ମ୍ୟାଚ ଟି ଆଇ.ଆର.ବି ବୌଦ୍ଧ ଓ ବଲାଙ୍ଗୀର ସମଲେଶ୍ଵରୀ ମଧ୍ୟରେ ହୋଇଥିଲା ।ଏଥିରେ ଆଇ.ଆର.ବି ବୌଦ୍ଧ ଦଳ ବଲାଙ୍ଗୀର ସମଲେଶ୍ଵରୀ କୁ ୧-୦ ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟଚ ଟି ବରଗଡ ରୟାଲ ଓ ସମ୍ବଲପୁର ବୀର ବଜରଙ୍ଗ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ କାହାକୁ ଗୋଲ ଦେଇ ପାରି ନ ଥିବାରୁ ମ୍ୟାଚ୍ ଟି ଅମିମାଂସିତ ରହିଥିଲା । ଫଳରେ ଟ୍ରାଇବ୍ରେକର ଜରିଆରେ ୪-୧ ଗୋଲ ରେ ବରଗଡ ରୟାଲ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଥିଲା । ପ୍ରଥମ ମ୍ୟାଚର ବିଜେତା ଆଇ.ଆର.ବି ବୌଦ୍ଧ ଓ ଦ୍ବିତୀୟ ମ୍ୟାଚର ବିଜେତା ବରଗଡ ରୟାଲ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟ‍ଚ ଖେଳା ଯାଇଥିଲା । ଏଥିରେ ବରଗଡ ରୟାଲ ଦଳ ୨-୦ ଗୋଲ ରେ ଆଇ.ଆର.ବି ବୌଦ୍ଧ କୁ ହରାଇ ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ଟି ବରଗଡ ରୟାଲ ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ରୟାଲ ଦଳ ବୌଦ୍ଧ କୁ ୧-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ମ୍ୟାଚ ଗୁଡିକର ପ୍ରାରମ୍ଭରେ ଖବରଦାତା ସତ୍ୟବାନ୍ ପୁରୋହିତ , ନିଲକମଲ୍ ମିଶ୍ର , ରାଧାକାନ୍ତ ବାଘ ଓ ସନତ ହୋତା ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ ସଭାପତି କିଶୋର ହୋତା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ କୋଶଳ ଆନ୍ଦୋଳନ ଆବାହକ ପ୍ରମୋଦ ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ , ଅକ୍ଷୟ ସରାଫ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସଅଫ ଦଳ କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବତନ ଫୁଟବଲ ଖେଳାଳୀ ଭୂଷଣ କୁମାର ପାତ୍ର ଓ ଅର୍ଜୁନ ହୋତା ଙ୍କୁ ସମ୍ମାନିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଗୋଲ କିପର ଭାଭେ ପ୍ରକାଶ ପଢନ, ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଭାବେ ରାହୁଲ ଓ ବୌଦ୍ଧ ଟିମ୍ ର ବିକାଶ ଧାରୁଆ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ମ୍ୟାଚ ଗୁଡିକରେ ଚିକୁ ବାଡପଣ୍ଡା , ସିଦ୍ଧାର୍ଥ ପାତ୍ର , ପ୍ରଶାନ୍ତ ସେଠି , ରାଜେଶ ଥନାପତି ଓ ଅଜିତ ନାୟକ ପ୍ରମୁଖ ରେଫରୀ ଭାବେ ଖେଳ ପରିଚଳନା କରିଥିଲେ l ଅଭିମନ୍ୟୁ ବଗର୍ତ୍ତୀ ମ୍ୟାଚ ର ଧାରବିବରଣୀ ପ୍ରଦାନ କରିଥିଲେ । ଇଂ. ଆଶ୍ରୟ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।