Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସାଂଗଠନିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୮/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ଏକ ସାଙ୍ଗଠନିକ ବୈଠକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ଉପ ସଭାପତି ମନୋଜ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମାଜର ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ସ୍ଵାଗତ ଅଭିଭାଷଣ ସହିତ ବ୍ରାହ୍ମଣ ସମାଜ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସାଙ୍ଗଠନିକ ସଂପାଦକ ଭଗବାନ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ସଞ୍ଜୀବ କୁମାର ପଣ୍ଡାଙ୍କୁ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ଉପ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଲମ୍ବୋଦର ପତିଙ୍କୁ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଚୟନ କରାଯାଇଥିଲା। ପରବର୍ତ୍ତୀ ବୈଠକ ଲାଞ୍ଜିଗଡ଼ରୋଡ ଠାରେ କରାଯିବାକୁ ସ୍ଥିର କରାଯାଇଥିଲା। ଏଇ ଅବସରରେ ସମାଜର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ