Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ କିଶୋର ହେବେ ନାହିଁ ନୂତନ ପାର୍ଟିର ଅଧ୍ୟକ୍ଷ ! ଅକ୍ଟୋବରରେ ହୋଇପାରେ ଦଳ ଗଠନ

ପାଟନା: ବିହାରରେ ଜନ ସୁରାଜ ପଦଯାତ୍ରାରେ ରହିଥିବା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ନିର୍ବାଚନୀ ମଇଦାନରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି। ଖବର ଏହା ମଧ୍ୟ ରହିଛି ଯେ, ଆଗାମୀ ଅକ୍ଟୋବରରେ ସେ ନୂତନ ଦଳ ଗଠନ କରି ପାରନ୍ତି, ଯାହାର ଅଧ୍ୟକ୍ଷ ଦଳିତ କିମ୍ବା ମୁସଲିମ ଚେହେରା ହୋଇ ପାରନ୍ତି। ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ। ସଂପ୍ରତି କିଶୋର ଚମ୍ପାଚରଣରୁ ଯାତ୍ରା ଆରମ୍ଭ କରିବା ପରେ ପଦଯାତ୍ରାରେ ମୁଜଫରପୁର ପହଞ୍ଚିଛନ୍ତି।

ଏବିପି ନ୍ୟୁଜର ରିପୋର୍ଟ ଅନୁଯାୟୀ, ପାର୍ଟିର ଅଧ୍ୟକ୍ଷ ପଦ କିଶୋରଙ୍କ ବ୍ୟତୀତ ଅନ୍ୟ କାହାକୁ ଦିଆଯାଇପାରେ ବୋଲି ଚର୍ଚ୍ଚା ଚାଲିଛି। କୁହାଯାଉଛି କିଶୋର ନିଜେ ମାର୍ଗଦର୍ଶକ ଭାବେ ପ୍ରଚାର ଦାୟିତ୍ଵ ଉଠାଇ ଦଳିତ କିମ୍ବା ମୁସଲିମ ପ୍ରାର୍ଥୀଙ୍କୁ ବଡ଼ ପଦ ଦେଇ ପାରନ୍ତି। ସଂପ୍ରତି କିଶୋରଙ୍କ ଦଳ ସଂଗଠନ ପ୍ରସ୍ତୁତ କରିବାରେ ଜୁଟି ଯାଇଛନ୍ତି। ଅଦ୍ୟାବଧି ପୂର୍ବ ଚମ୍ପାଚରଣ, ପଶ୍ଚିମ ଚମ୍ପାରଣ, ସିବାନ ଓ ଗୋପାଳଗଞ୍ଜରେ ପାର୍ଟି ସଂଗଠନ ପ୍ରସ୍ତୁତ କରାଯାଇଛି।

କିଶୋରଙ୍କ ପାର୍ଟିର ସ୍ଵରୂପ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପରି ହୋଇପାରେ। ଯେଉଁ ଜିଲ୍ଲାରେ ସଂଗଠନ ପ୍ରସ୍ତୁତ ହୋଇ ସାରିଛି ସେଠାରେ ଜଣେ ସଭାପତି, ଜଣେ ଅଧ୍ୟକ୍ଷ ଓ ୧୦ ସଦସ୍ୟଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିସହିତ ପ୍ରଶାନ୍ତ କିଶୋର ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମକୁ ଏକ ବଡ଼ ମାଧ୍ୟମ କରି ପାରନ୍ତି। ବର୍ତ୍ତମାନ ନାମ ଏବଂ ପାର୍ଟିର ଚିହ୍ନ ଉପରେ ସହମତି ପ୍ରକାଶ ପାଇ ପାରି ନାହିଁ। ନୂତନ ନେତା ଜନ ସୁରାଜକୁ ସମର୍ଥନ ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ