Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଲେଖକ ଏଡ଼ମିଟ ହୋତା ଙ୍କ ଇଂରାଜୀ ପୁସ୍ତକ”ଏମ୍ପାୟାର ଅଫ ପେଙ୍ଗୁଇନ “ଉନ୍ମୋଚିତ।

ଚିପିଲିମା,(ସମ୍ବଲପୁର) ମଙ୍ଗଳବାର ଅପରାହ୍ନ ରେ ପ୍ରାକ୍ତନ ଶିକ୍ଷା ମଣ୍ଡଲାଧିଶ ଡ଼,ଗିରିଧାରୀ ହୋତାଙ୍କ ନଅ ବର୍ଷ ର ପୌତ୍ର ଶ୍ରୀ ଏଡ଼ମିଟ ହୋତାଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ “Empire of the penguin” ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ଉନ୍ମୋଚିତ ହୋଇଯାଇଛି।ଏହିଅବସରରେ ଆୟୋଜିତ ସଭାରେ ପ୍ରାକ୍ତନ କୁଳପତି ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ପୌରହିତ୍ୟ କରିଥିବାବେଳେ ମୁଖ୍ୟଅତିଥି ଭାବେ ଶିକ୍ଷାବିଦ ଅରବିନ୍ଦ ମହାପାତ୍ର,ସମ୍ମାନିତ ଅତିଥି ପ୍ରୋ କାଳିଦାସ ମିଶ୍ର,ଓ ପୁସ୍ତକ ର ସମୀକ୍ଷକ ଭାବେ ପ୍ରୋ ମୁରଲୀ ପ୍ରେମନାଥ ନାୟକ ଯୋଗ ଦେଇ ପୁସ୍ତକ ଟିକୁ ଉନ୍ମୋଚନ କରିଥିଲେ । ପୂର୍ବର ପ୍ରୋ ମୀନକେତନ ପାଠୀ ଶାନ୍ତି ପାଠ କରିଥିଲେ
ସମୀକ୍ଷକ ଶ୍ରୀ ନାୟକ ପୁସ୍ତକ ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଶିଶୁ ଲେଖକ ସହ ଆଲୋଚନା କରିଥିଲେ।ସଭାର ଉଦ୍ୟୋକ୍ତା ଡ଼, ଗିରିଧାରୀ ହୋତା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲେଖକ ଙ୍କ ପିତା ମାତା ଅମନ ଓ ଅମ୍ରିତା ବହି ଲେଖନୀ ର ପୃଷ୍ଟଭୂମି ଉପରେ ସୂଚନା ଦେଇଥିଲେ। ସମସ୍ତ ଅତିଥି ଶିଶୁ ଲେଖକ କୁ ପ୍ରଶଂସା କରିବା ସହ ଆଶିର୍ବାଦ ପ୍ରଦାନ କରିଥିଲେ ,ସମଗ୍ର କାର୍ଯ୍ୟକ୍ରମ କୁ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିବାବେଳେ ପ୍ରୋ କ୍ରୁପାସିନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଲେଖକ ଙ୍କ ପରିବାର ବର୍ଗ ସହ ସହର ର ବାହୁମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଅଧ୍ୟାପିକା ରିତାରାଣୀ ମିଶ୍ର,ଦୀପାଲି ଚୌଧୁରୀ ଓ ଅଧ୍ୟାପିକା ଅଭିଲିପ୍ସା ମହାପାତ୍ର ସଭା ପରିଚାଲନା ରେ ସହଯୋଗ କରିଥିଲେ।