ବୀରମହାରାଜପୁର ହାଇସ୍କୁଲ ରେ ବିଜ୍ଞାନ ଆଲୋଚନା ଚକ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଉଛି l ସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା କୃଷି ଅଧିକାରୀ ବିଭୂତି ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ l ଚଳିତ ବର୍ଷ ” ମିଲେଟ ଏକ ଚମତ୍କାର ଖାଦ୍ୟ ନାଁ ଭ୍ରମ ” ଶୀର୍ଷକ ଉପରେ ବ୍ଲକର ବିଭିନ୍ନ ହାଇ ସ୍କୁଲ ର ପ୍ରାୟ ୨୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥଲେ l ଡୁଙ୍ଗୁରିପାଲି ବ୍ଲକ ବଡନୂଆପଡ଼ା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସୁରଥ ବାରିକ ଓ ଝାରତରଭା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ l ରଥପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରିୟଦର୍ଶିନୀ ସାହୁ ପ୍ରଥମ , ବୀରମହାରାଜପୁର ବାଳିକା ହାଇସ୍କୁଲ ର ସୌମ୍ୟଶ୍ରୀ ରଥ ଦ୍ଵିତୀୟ ଓ ସୁବଳୟା ହାଇସ୍କୁଲ ର ସ୍ମୃତିରେଖା ପଧାନ ତୃତୀୟ ସ୍ଥାନ ହାସଲ କରିଥିଲେ l କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା l ଆସନ୍ତା ୨ ତାରିଖ ରେ ସୋନପୁର ସ୍ଥିତ ବାଳିକା ହାଇସ୍କୁଲ୍ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞନ ଆଲୋଚନାଚକ୍ର ରେ ଉକ୍ତ କୃତି ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ l