Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ଢ଼ାବା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା।ଜଣେ ନାବାଳକ ସମେତ ୫ ଗିରଫ।

ଗୋପାଳପୁର,୦୨/୦୯ ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ଠାରେ ଥିବା ଏକ ଢ଼ାବା ସମ୍ମୁଖରେ ଗତ ୩୧ ତାରିଖ ରାତି ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହ ମାରପିଟ ଘଟଣାରେ ଦୁଇ ଜଣ ଆହତ ଘଟଣା ରେ ଗୋଳନ୍ଥରା ଥାନା ପୋଲିସ ଆଜି ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକ ଙ୍କୁ ଜେଜେବି ହାଜର କରିଥିବା ନେଇ ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ହଳଦିଆପଦର ଗ୍ରାମର ସମୀର ଦାସ (୧୯), ଶିଶିର ଦାସ (୧୯), ସଦାନନ୍ଦ ଦାସ (୨୮) ଓ ଏନ ଭେଙ୍କେଟ ରାଓ (୨୬) ବୋଲି ପୋଲିସ ସୂଚନା ଦେଇଛି l ହଳଦିଆପଦର ଓ କନିଷି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ନିଜର ପତିଆରା ବିସ୍ତାର ପାଇଁ ବିଭିନ୍ନ ସମୟରେ ମୁହାଁମୁହିଁ ହେବା ସହ ଫୋନ ମାଧ୍ୟମରେ ଧମକ ଚମକ ଦିଆ ଯାଉଥିଲା।ଗତ ୩୧ ତାରିଖ ରାତ୍ରୀରେ ଗୋଟିଏ ଗୋଷ୍ଠୀର ସଦସ୍ୟ ମାନେ କନିଷି ଢ଼ାବା ନିକଟରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ସହଯୋଗୀ ମାନେ ସେଠାରେ ପହଞ୍ଚିବା ପରେ ମୁହାଁମୁହିଁ ପରିସ୍ଥିତି ହେବା ସହ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଦୁଇଜଣ ଆହତ ହେବା ସହ ଦୁଇଟି ମୋଟରସାଇକେଲ ମଧ୍ୟ ଭଙ୍ଗାରୁଜା ହୋଇଥିଲା ।ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଉଭୟ ଗୋଷ୍ଠୀର ସଦସ୍ୟ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଗୋଟିଏ ଗୋଷ୍ଠୀର ସହଯୋଗୀ ଶିବରାମ ସେଠୀ ଶୁକ୍ରବାର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏନେଇ ଥାନା କେସ ନମ୍ବର ୪୨୮/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାl ଶନିବାର ସମୀର, ଶିଶିର, ଭେଙ୍କେଟ ଓ ସଦାନନ୍ଦ କୁ ପୋଲିସ କାବୁ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି l ଘଟଣା ନେଇ ଅନ୍ୟ ଗୋଷ୍ଠୀ ର ସଦସ୍ୟ ଭେଙ୍କେଟ ରାଓଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ପାଲଟା ଅଭିଯୋଗ କରିଥିଲେ lଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୩୧/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଫେରାର ଅଭିଯୁକ୍ତ ମାନଙ୍କୁ ଜଲଦି ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories