Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ

ଗୋପାଳପୁର ୨/୯/ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ରେ ଆଜି ୧୯୭୪ ରୁ ୨୦୨୩ ଶିକ୍ଷା ବର୍ଷ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉତ୍ସବ ପାଳନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର୍ ଗଣେଶ ସେଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ବିଶ୍ଵବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ।ମୋ କଲେଜ୍ ଅଭିଯାନ ର ଉଦେଶ୍ୟ ଅନୁସାରେ ଆଲୁମିନ ମିଟ ଦ୍ଵାରା ବିଭାଗ ର ଉନ୍ନତି କରିବ ସହ ଛାତ୍ର ଛାତ୍ରୀ ଭବିଷ୍ୟତ ଉଜ୍ଜଳ ସହ ସେମାନଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି ହେବ ବୋଲି କହିଥିଲେ।ଏହି ଅବସରରେ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ଫେବୃଆରୀ ମାସରେ ଉତ୍ସାହର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଏହି ଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ଏହି କାର୍ଯ୍ୟକ୍ରମ ଜାରି ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭାଗର ସ୍ୱର୍ଗୀୟ ଅଧ୍ୟାପକ ଙ୍କ ଉଦେଶ୍ୟ ରେ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା। ଏହି ଉତ୍ସବରେ ବିଭାଗର ଅବସର ପ୍ରାପ୍ତ ପ୍ରଫେସର୍ ଜେ .ଶେଷ ଗିରି ରାଓ ଙ୍କ ସମେତ ପୁରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଅଶୋକ କୁମାର ସାହୁ, ହୃଷୀକେଶ ପାଣିଗ୍ରାହୀ, ବ୍ରଜ ମୋହନ ଆଚାର୍ଯ୍ୟ, ମନ ମୋହନ ପାଢ଼ୀ, ଡିଯେନ୍ ପାଢ଼ୀ, ପ୍ରଫେସର ମିହିର ପାତ୍ର,କଲ୍ୟାଣୀ ସଂଘମିତ୍ରା, ଅତସି ପରିଛା ପଟନାୟକ,ପ୍ରଶାନ୍ତ ସେଠୀ,ଇନ୍ଦିରା ଦାସ, ପ୍ରସନ୍ନ କୁମାର ସାହୁ,ଜ୍ୟୋତି ପଟନାୟକ,ଏମ୍ ଧନଞ୍ଜୟ ରେଡ଼ି,ଡ଼ଃ ହରି କୃଷ୍ଣ ବେହେରା,ଭିଜନ ଦାସ, ,ଡ଼ଃ ହରିସ ବେହେରା ଙ୍କ ସମେତ ୧୫୦ ରୁ ଉର୍ଦ୍ଧ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଶେଷରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ସଭାପତି ଭାବେ ଅବସର ପ୍ରାପ୍ତ ପ୍ରଫେସର୍ ଜେ.ଶେଷ ଗିରି ରାଓ,ଉପସଭାପତି ଭାବେ ଅଶୋକ କୁମାର ସାହୁ, ହୃଷୀକେଶ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ, ସହ ସମ୍ପାଦକ ବ୍ରଜ ମୋହନ ଆଚାର୍ଯ୍ୟ, ଡିଯେନ ପାଢ଼ୀ, ଅତସି ପରିଛା ପଟନାୟକ, ସନତ ପଣ୍ଡା, କୋଷାଧ୍ୟକ୍ଷ ଡ଼ଃ ଚିନୁ ବୈଦlର ଙ୍କୁ ଚୟନ କରାଯାଇଛି।ଶେଷରେ ଡ଼ଃ ଚିନୁ ବୈଦlର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବିଭାଗର ସହଯୋଗୀ ପ୍ରାଧ୍ୟାପିକl ଡ଼ଃ ବନ୍ଦିତା କୁମାରୀ ପଣ୍ଡା, ଡ଼ଃ ଜୟନ୍ତ କୁମାର ପଣ୍ଡା,ସହକାରୀ ପ୍ରଧ୍ୟାପିକl ଡ଼ଃ ନେହା ପାଣ୍ଡେ, ଅଗ୍ନି କୁମାର ଦେହେରା,ସୌରବ କୁମାର ସିଟ ଉପସ୍ଥିତ ରହି ଥିବା ବେଳେ ବିଭାଗର ଡ଼ଃ ମିହିର ତ୍ରିପାଠୀ, ରବୀନ୍ଦ୍ର ବେହେରା, ବୃନ୍ଦା ଦାସ ସହ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories