Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଶଳ ଜ୍ୟୋତି ଜ୍ଞାନ ପଣ୍ଡିତ ମହାସଭା ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ମହକୁମା ଜଗନ୍ନାଥ ମନ୍ଦିର ପରିସରରେ ରବିବାର ରାଜ୍ୟ ସ୍ତରୀୟ କୋଶଳ ଜ୍ୟୋତି ଜ୍ଞାନ ପଣ୍ଡିତ ମହାସଭା ଆୟୋଜିତ ହୋଇଯାଇଛି । ସନ୍ତୋଷ କୁମାର ପୁରୋହିତଙ୍କ ଆବାହକତ୍ବ ଏବଂ ଗୁଣାସାଗର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହାସଭାରେ ବହୁ ପଣ୍ଡିତ ଓ ଜ୍ୟୋତିର୍ବିଦ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଜ୍ୟୋତିର୍ବିଦ ତ୍ରିଲୋଚନ ରାଉତ , ମୂଖ୍ୟବକ୍ତା ବିଶିଷ୍ଟ ଜ୍ୟୋତିର୍ବିଦ ତଥା ପଂଜିକା ଗଣକ ମେଡେନ କୁମାର ବିଶି ଏବଂ ସମ୍ମାନୀତ ଅତିଥି ଭାବେ ଜୋଗେନ୍ଦ୍ର ହୋତା , ରାମକୁମାର ପଣ୍ଡା ପ୍ରମୁଖ ମଂଚାସୀନ ରହିଥିଲେ । ଜ୍ୟୋତିଶର ଉନ୍ନତୀ ହେଲେ ଭାରତୀୟ ଶାସ୍ତ୍ରୀୟ ବ୍ୟବସ୍ଥାରେ ଉନ୍ନତି ଘଟିବ ବୋଲି ମତପ୍ରକାଶ ପାଇଥିଲା । ପ୍ରକାଶ ପୂଝାରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯଦୁମଣି ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।