Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚାୟତ ସଭାପତି ଙ୍କ ସାଙ୍ଗଠାନିକ ବୈଠକ

ଝାରସୁଗୁଡା ୪/୯ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଆବାହକ ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନଙ୍କ ଅଧ୍ୟକ୍ଷତାରେ ଆଜି ଏକ ଦଳୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲଖନପୁର ଜୋନ ୧ ଓ ୨ ରୁ ମୋଟ ୧୭ ଟି ପଞ୍ଚାୟତର ବିଜେଡି ସଭାପତି ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି ରବି ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନାଭିମୁଖୀ ସମସ୍ତ ଯୋଜନା ଗୁଡିକ ଯେପରି ପ୍ରତ୍ୟେକ ଗାଁ ଏବଂ ଲୋକଙ୍କ ପାଖରେ ପହଞ୍ଚି ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ପଞ୍ଚାୟତ ସଭାପତି ମାନଙ୍କୁ ଆହ୍ୱାନ ଦେଇଥିଲେ ।
ସେହିପରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ହରେକୃଷ୍ଣ ଷଡ଼ଙ୍ଗୀ ଏବଂ ତ୍ରିନାଥ ଗୁଆଲ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ ମଧ୍ୟ ଆଗାମୀ ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖୀ ଦଳକୁ ସୁଦୃଢ କରିବା ସହିତ ଯୁବଗୋଷ୍ଠୀ ତଥା ମହିଳା ମାନଙ୍କୁ ନେଇ ସାଂଗଠାନିକ ବୈଠକ କରି ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣକରି ଗ୍ରାମ ସ୍ତରରୁ ସହର ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନ ବିଜୟ ଧାରା ଜାରି ରଖି ପୁଣି ନବୀନ ପଟ୍ଟନାୟକଙ୍କୁ ବିଜୟୀ କରାଇବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ ।
ଆଜିର ବୈଠକରେ ଯୋଗଦେଇ ଥିବା ଦଳୀୟ ପଞ୍ଚାୟତ ସଭାପତି ମାନଙ୍କ ମଧ୍ୟରେ ଜୟକୁମାର ପଧାନ, ରାମ ସା, ଗଜାନନ୍ଦ ପଧାନ, ରମେଶ ପାତ୍ର, ରଜନୀ ସା, ଶେଷଦେଵ କିଷାନ, ପ୍ରକାଶ ସାହୁ, ଆଲୋକ ସାହୁ, ଚୈତନ୍ୟ ଖମାରୀ, ବିଷ୍ଣୁ ବାରିକ, ଶିବ କର୍ତ୍ତା, ମହେନ୍ଦ୍ର ଭୋଇ, ଫକୀର ପଧାନ, ଚୈତନ୍ୟ ବାରିକ, ପଞ୍ଚାନନ ବଗର୍ତ୍ତି, ଶିବୁ ପଧାନ, ଦୁବରାଜ ସାହୁ, ପିଣ୍ଟୁ ଜୟଶ୍ୱାଳ ପ୍ରମୂଖ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପଲସଦା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଶିବ କର୍ତ୍ତା ସଭା ପରିଚାଳନା କରିଥିବା ବେଳେ କଣ୍ଡେଇକେଲା ପଞ୍ଚାୟତ ସଭାପତି ଜୟକୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories