ମତ୍ସ୍ୟ ସମ୍ପଦର ବିକାଶ ତଥା ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ମସ୍ୟ ନିର୍ଦ୍ଦେଶାଳୟ ଓଡିଶା ଓ ଜିଲ୍ଲା ମସ୍ୟ ବିଭାଗ ସୁବର୍ଣ୍ଣପୁର ର ମିଳିତ ଅନୁକୂଲ୍ୟ ରେ ବିର ମହାରାଜ ପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାମେଶ୍ଵରିପାଲି ଠାରେ ମହାନଦୀ ରେ ମତ୍ସ୍ୟ ସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମତ୍ସ୍ୟଯାଅଁ।ଳା ଛାଡ଼ିବା କାର୍ଯକ୍ରମ ନେଇ ଏକ ସଚେତନତା ସମାବେଶ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ଲାଷ୍ଟିଂ ଓ ବିଷ ତେଲ ପ୍ରୟୋଗ କରି ବେଆଇନ ମାଛ ମାରିବା କୁ ନିଷିଦ୍ଧ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରି ବିଭୂତି ପଧାନ ଯୋଗଦେଇ ମହାନଦୀ ର ମତ୍ସ୍ୟ ସମ୍ପଦ ବିକାଶ ନିମନ୍ତେ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ଅନେକ ମତ୍ସ୍ୟ ପ୍ରଜାତି ର ଜଳଜୀବ ବିଲୁପ୍ତି ର ସିଧା ସଳଖ ପ୍ରଭାବ ରାଜ୍ୟ ର ମତ୍ସ୍ୟଜିବୀଙ୍କ ଜୀବନ ଜୀବିକା ରେ ପଡୁଛି ବୋଲି କହିଥିଲେ I ମହାନଦୀ ରେ ଜଳସମ୍ପଦ ବିକାଶ ପାଇଁ ମତ୍ସ୍ୟ ଜ।ଆଁଲା ଛଡାଯିବକୁ ପ୍ରତିଶ୍ରୁତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ମତ୍ସ୍ୟଜୀବୀ ଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ଯୋଗଦେଇଥିଲେ l