Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପଞ୍ଚାୟତ,କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଳିଗୁଡ଼ା ଓ ମହିମା ରାଜସ୍ୱ ଗ୍ରାମ କୁ ମରୁଡି ଘୋଷଣା କରିବା ପାଇଁ ତହସିଲ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ।

କୋକସରା:୦୫/୯ କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ରେ ଉତ୍କଟ ରୂପ ନେଇଛି ମରୁଡି ସମସ୍ୟା, ବ୍ଲକ ରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣ ରୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖାଦେଇଛି। ସୋମବାର ବ୍ଲକ ର ୨୨ ପଂଚାୟତ ର ଚାଷୀ ମାନେ ଏକତ୍ରିତ ହୋଇ ସଚେତନ କୃଷକ ମଞ୍ଚ ର ଆବାହକ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିବା ବେଳେ ବ୍ଲକ ର ଆମପାଣି ପଂଚାୟତ ର କନ୍ଦାଗଡ଼,ବିରିମୁହାଣ, କୂଟୁରୁ, ନୂଆଗାଁ,ପାତ୍ରବସା ଓ କନ୍ଦାବୁଟ୍ରା ପଂଚାୟତ ଘୁର୍ଳିଗୁଡ଼ା ଓ ମହିମା ରାଜସ୍ୱ ଗ୍ରାମ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ରେ ଚାଷୀମାନେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ସହ ଅନେକ କ୍ଷେତ ରେ ରୁଆ ବେଉଷଣ ହୋଇ ପାରିନଥିବା ଯୋଗୁଁ ଚାଷି ମାନଙ୍କ ମଧ୍ୟରେ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଛି l ବ୍ଲକରେ ଧାନ ଚାଷ ପାଇଁ ୧୯୫୩୦ ହେକ୍ଟର ଚାଷ ଜମି ରୁ ୬୫୮୫ ହେକ୍ଟର ରେ ବୁଣା ଓ ୧୧୯୨୦ ହେକ୍ଟର ରେ ରୁଆ କାର୍ଯ୍ୟ ହୋଇ ଥିବାବେଳେ ଅବଶିଷ୍ଟ ଜମିରେ ଚାଷ କାର୍ଯ୍ୟ ମଧ୍ୟ ହୋଇନାହିଁ । ଗତବର୍ଷ ଅଗଷ୍ଟ ଶେଷରେ ୩୫୭ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୮୧ ମିମି ବର୍ଷା ହୋଇ ଥିବା ବେଳେ ଗତବର୍ଷ ତୁଳନାରେ ୧୭୬ ମିମି କମ ବର୍ଷା ହୋଇଥିବା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l
ଦାବିପତ୍ର ପ୍ରଦାନ ସମୟରେ କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ପବିତ୍ର ବେହେରା ଲମ୍ବୁଧର ବେହେରା,ରୋମାଞ୍ଚଳ ନାଏକ,କ୍ଷେତ୍ର ମୋହନ ବାଣୁଆ ହୁସିଆରି ବେହେରା, ଆମପାଣି ପଞ୍ଚାୟତ ରୁ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ,ତାପସ ରଞ୍ଜନ ରାୟ,ଟିକିଚନ୍ଦ୍ର ଧ. ମାଝୀ, ଗଗନ ବିହାରୀ ମାଝୀ, ଋଷିମଣି ମାଝୀ, ନକୁଳ ବାଣୁଆ,ପଦ୍ମଲୋଚନ ମାଝୀ, ତପନ ମାଝୀ ଓ ମହିମା ରାଜସ୍ୱ ଗ୍ରାମ ରୁ ସରପଞ୍ଚ ଇଶରାମ କୋଲଥିଆ, ଦେବିସିଂ ମାଝୀ, ବାଲ୍ମୀକି ଧ. ମାଝୀ,ଘାସିରାମ ଦୁରିଆ,ଲିଙ୍ଗରାଜ ନାଏକ, ଗୁଣନିଧି ଧ. ମାଝୀ, ବିରଞ୍ଚି ଧ. ମାଝୀ ସମେତ ଅନ୍ୟ ଚାଷି ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।