ଭୋଟର ସଚେତନତା ପାଇଁ ଜିଲ୍ଲାରେ ‘ମୁଁ ବି ମିତା, କାର୍ଯ୍ୟକ୍ରମର ଶୁଭାରମ୍ଭ l


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ମୁଁବି ମିତା ର ଶୁଭାରମ୍ଭ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ସମଗ୍ର ରାଜ୍ୟରେ ନୂତନ ମତଦାତା ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବୁଥ ସ୍ତରୀୟ ଅଧିକାରୀ ମିତା କୁ ସ୍ରୁଷ୍ଟି କରିଛନ୍ତି l ଏହି କାର୍ଯ୍ୟକ୍ରମର ବ୍ୟାପକ ରୂପାୟନ ପାଇଁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମୁଁ ବି ମିତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି l ଆଜି ର ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଲିନା ପ୍ରଧାନ , ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ଵିନି ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଡେପୁଟି କଲେକ୍ଟର ନିର୍ବାଚନ ଯଶସ୍ଵିନୀ ପୃଥାଳ ଙ୍କ ତତ୍ୱାବଧାନରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦେଇଥିଲେ l ଶ୍ରୀମତୀ ପୋଥାଳ ସ୍ଵାଗତ ସମ୍ଭାଷଣ ରେ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଏହି ନୂତନ ମତଦାତା ମାନଙ୍କୁ ସମ୍ବୋଧିତ କରି ଅତିଥି ମାନେ ସେମାନଙ୍କ ଗୁରୁଦାୟିତ୍ବ ବୁଝାଇବା ସହ ଆସନ୍ତା ନିର୍ବାଚନ ପ୍ରକ୍ରିୟା ରେ ସେମାନଙ୍କ ସହଯୋଗ କାମନା କରିଥିଲେ l ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଭାରତ ଭଳି ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ସଫଳ ନିର୍ବାଚନ ପାଇଁ ମତଦାନର ପ୍ରତିଶତ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ l ଏଥିପାଇଁ ସବୁ ମିତା ମାନଙ୍କୁ ସମର୍ପଣ ର ସହିତ ନିଜର କର୍ତ୍ତବ୍ୟ କରି ଗଣତନ୍ତ୍ର କୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୁଁ ବି ମିତା ଲୋଗୋ ଥିବା ଟୋପି ଓ ବ୍ଯାଚ ପ୍ରଦାନ କରାଯାଇଥିଲା l ଭିଜୁଆଲ ମାଧ୍ୟମରେ ଛାତ୍ରୀ ମାନଙ୍କୁ ସେମାନଙ୍କ ଦାୟିତ୍ଵ ସମ୍ବନ୍ଧରେ ବୁଝାଇ ଦିଆଯାଇଥିଲା l କାର୍ଯ୍ୟକ୍ରମ କୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ନିର୍ବାଚନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l