ପବିତ୍ର ଗୁରୁଦିବସ ଅବସର ରେ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ା


ସୁବର୍ଣ୍ଣପୁର-ପବିତ୍ର ଗୁରୁଦିବସ ଅବସରରେ ସୁବର୍ଣ୍ଣପୁରରେ ନିଆରା ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗୁରୁମାନଙ୍କ ସମ୍ମାନାର୍ଥେ ଜିଲ୍ଲାର ଶିବତଲା ସ୍ଥିତ ଶ୍ରୀହରୀ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ପାଳୀତ ହୋଇଯାଇଛି ନିଆରା ଗୁରୁବନ୍ଦନା କାଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଏକା ସାଥିରେ ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରିଙ୍କୁ କରାଯାଇଥିଲା ସମ୍ବର୍ଦ୍ଧିତ । ଏହି ସମ୍ବଦ୍ଧନା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଭୂବନେଶ୍ୱର ଫ୍ୟୁଜନ ୪୦ ର ନିର୍ଦ୍ଧେଶକ ଡ.ସୁଶାନ୍ତ ଦାସ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତାଭାବରେ କାଲିଚରଣ ସିଂ ଯୋଗଦାନ କରିଥିଲେ । ଶ୍ରୀହରୀର ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂଶା କରିଥିଲେ ।