Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗୁଲ ଟିଭି ର ନୁଆଁଖାଇ ଭେଟଘାଟ ପ୍ରସ୍ତୁତି ା

ସୁବର୍ଣ୍ଣୋୁର-ସୁବର୍ଣ୍ଣପୁର ଜିଲ୍ଲାର ଘରୋଇ ୟୁଟୁବ ଚେନାଲ ବିଗୁଲ ଟିଭି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅୟୋଜିତ ହେବାକୁ ଥିବା ନୁଆଁଖାଇ ଭେଟଘାଟ ଉତ୍ସବ ସହ ଦ୍ୱିତୀୟ ବାର୍ଷୀକି ଉତ୍ସବ ପାଳନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପଏଁରୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର ରୁପ ରେଖ ନେଇ ଆଲୋଚନା କରାଯାଇଥିଲା । ବିଗୁଲ ଚେନାଲର ହେଡ଼ ତଥା ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଚଳିତ ବର୍ଷ ଏହି ଉତ୍ସବ ପାଳନ କରାଯିବ ବୋଲି ସ୍ଥାନ ଓ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ମାନ୍ୟ ଗଣ୍ୟ ତଥା ମହାନୁଭବ ଅତିଥି, ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ତାଲିକା, ସଂlସ୍କୃତିକ କାର୍ଯ୍ୟକ୍ରମ ର ପ୍ରାକ ଏଜେଣ୍ଡା ପ୍ରସ୍ତୁତ ସମେତ ଏ ସବୁ ନେଇ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଉପଦେଷ୍ଟା ଲଡୁ କିଶୋର ମଲ୍ଲିକ, ଚୌଧୁରି ବିଭାର, ସାନ୍ତନୁ ବାଗ, ଶେଷଦେବ ମେହେର, ଭାସ୍କର ଦାସ, ଗୋପାଳ ମେହେର, ବାବୁଲା ମିଶ୍ର, ଚନ୍ଦନ ଦନ୍ତା, ସଞ୍ଜୟ ସାହୁ , ଅମିୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ପରାମର୍ଶ କରି ଥିଲେ । ଶେଷରେ କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ର ଦାୟିତ୍ୱ ବଣ୍ଟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ