Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଇଂଜିନିୟର ସଂଗ୍ରାମ,

ବେଲଗୁଣ୍ଠା, 06/09, ଦୁଇ ଦିବ୍ୟାଙ୍ଗ ବାନ୍ଧବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସାହାଯ୍ୟ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃ୍ତି ପ୍ରଦାନ କରିଛନ୍ତି ଯୁବ ଇଂଜିନିୟର ତଥା ସୋରଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ସଂଗ୍ରାମ କେଶରୀ ମହାନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଂଚାୟତ ଅନ୍ତର୍ଗତ ଇନ୍ଦନପୁର ଗ୍ରାମରେ ଗତ 2017 ରୁ ଏକାଠି ରହି ଆସୁଛନ୍ତି ଦୁଇ ଦିବ୍ୟାଙ୍ଗ ବାନ୍ଧବୀ ସୁଲୋଚନା ଜେନା (43) ଏବଂ ସାଧବାଣୀ ସାହୁ (35) I ଉଭୟ ଦୃଷ୍ଟିହୀନ I ସୁଲୋଚନାଙ୍କ ନିଜ ଘର ଇନ୍ଦନପୁରରେ ହୋଇଥିବା ବେଳେ ସାଧବାଣୀଙ୍କ ଘର ପାତ୍ରପୁର ବ୍ଳକ୍ ନୂଆଁପେଣ୍ଠ ଗ୍ରାମରେ I ଉଭୟଙ୍କର ଚିହ୍ନାପରିଚୟ ଏବଂ ବନ୍ଧୁତା ସ୍ଥାପନ ହୋଇଥିଲା ବ୍ରହ୍ମପୁର ନିକଟସ୍ଥ ଏକ ଏକ ଶିକ୍ଷା କେନ୍ଦ୍ରରେ I ଏହା ସହିତ ସାଧବାଣୀ ଖଲ୍ଲିକୋଟ ସ୍ଥିତ ଜିଲ୍ଳା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ 2017 ରୁ ନିଜର ଶିକ୍ଷକ ତାଲିମ୍ ସମାପ୍ତ କରିଛନ୍ତି I ସାଧବାଣୀଙ୍କ ମାଆ ଚାଲିଯିବା ପରେ ସୁଲୋଚନା ଦୁଃଖରେ ଭାଙ୍ଗି ପଡ଼ିଥିବା ସାଧବାଣୀଙ୍କୁ ଆଣି ନିଜ ପାଖରେ ରଖିଛନ୍ତି I ଉଭୟେ ଦିବ୍ୟାଙ୍ଗ ହୋଇଥିବାରୁ ନାନା ଅସୁବିଧା ମଧ୍ୟରେ ଉଭୟଙ୍କର ଜୀବନ କଟୁଛି I ଉଭୟେ ସରକାରଙ୍କ ନିକଟରୁ ପାଞ୍ଚ କିଲୋ ଚାଉଳ ଏବଂ 700 ଟଙ୍କାର ଆର୍ଥିକ ଭତ୍ତା ଛଡ଼ା ଆଉ କିଛି ପାଉନାହାଁନ୍ତି I ଯାହା ସମୁଦ୍ରକୁ ଶଙ୍ଖେ ପାଣି I ଉଭୟ ବାନ୍ଧବୀଙ୍କ ଏହି ସମସ୍ୟା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମଠାରୁ ଜାଣିବା ପରେ ବିଧାୟକ ପ୍ରାର୍ଥୀ ତଥା ଯୁବ ଇଂଜିନିୟର ସଂଗ୍ରାମ କେଶରୀ ମହାନ୍ତି ଆଜି ଇନ୍ଦନପୁରରେ ପହଞ୍ଚି ଉଭୟ ବାନ୍ଧବୀଙ୍କ ସ୍ଥିତି ଦେଖିବା ସହିତ ସେମାନଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ I ଏହି ଅବସରରେ ଶ୍ରୀ ମହାନ୍ତି ଉଭୟଙ୍କୁ ନିଜ ହାତରୁ 1500 ଟଙ୍କାର ନଗଦ ସହାୟତା ରାଶି ପ୍ରଦାନ କରିବା ସହିତ ନିଜେ ବଂଚିଥିବା ପର୍ଯ୍ୟନ୍ତ ଉଭୟଙ୍କୁ ପ୍ରତିମାସରେ ସରକାରୀ ସହାୟତା ବାଦ୍ ନିଜ ହାତରୁ 1500 ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ କରିବେ ବୋଲି ଗ୍ରାମବାସୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରତିଶୃ୍ତି ପ୍ରଦାନ କରିଥିଲେ I ଏହା ସହିତ ଶିକ୍ଷକ ତାଲିମ୍ ସମାପ୍ତ କରିଥିବା ସାଧବାଣୀଙ୍କୁ ଖୁବ୍ ଶୀଘ୍ର ସରକାରୀ ଶିକ୍ଷକ ଚାକିରି ଯୋଗାଇଦେବା ଏବଂ ଉଭୟଙ୍କ ପାଇଁ ଆବାସ ଯୋଜନାରେ ଗୃହ ଯୋଗାଇଦେବା ପାଇଁ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃ୍ତି ପ୍ରଦାନ କରିଥିଲେ I ଏହା ସହିତ ଏମିତି ଅସହାୟମାନଙ୍କୁ ତାଙ୍କ ଦୃଷ୍ଟି ଗୋଚରକୁ ଆଣିଲେ ସେ ଯଥାଶକ୍ତି ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ I ଆଜି ସଂଗ୍ରାମଙ୍କ ସହ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜଗନ୍ନାଥ ନାୟକ,ସମାଜସେବୀ ଗତିକୃଷ୍ଣ ବିଷୋୟୀ, ପ୍ରମୋଦ ଭୂୟାଁ ଓରଫ ଡିଲ, ନିଶାମଣି ସ୍ୱାଇଁ , ଚନ୍ଦ୍ରମଣୀ ଭୂୟାଁ, ରାମଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I ସଂଗ୍ରାମଙ୍କର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ