Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଥର୍ଲା ଗାଁ ରେ ରୁଗୀଯୁଗୀ ପର୍ବ ଆରମ୍ବ

ଭବାନୀପାଟଣା, ୦୬/୦୯ : ପଶ୍ଚିମ ଓଡିଶା ର କୃଷି ଭିତିକ ଗଣ ପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ପଥର୍ଲା. ବହାଦୁର ପଦର ଏବଂ ପଲକାପଡା ଗ୍ରାମବାସୀ ପ୍ରଥମେ ନୁଆଁଖାନ୍ତି। କଳାହାଣ୍ଡି ନାଗ ବଂଶ ରାଜା ରାଜୁଡା ଅମଳରୁ ପଥର୍ଲା ଗୌନ୍ତିଆ ତାଙ୍କ ଯୁଦ୍ଧରେ ସହଯୋଗ ପାଇଁ ସର୍ବ ପ୍ରଥମେ ପ୍ରତିବର୍ଷ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା ର ଆରଦିନ ନୂଆଖାଇ ପର୍ବ ପାଲନ କରିଥାନ୍ତି | ସେହିପରି ଉକ୍ତ ତିନିଟି ଗାଁ ରେ ଏହି ବର୍ଷ ଆସନ୍ତା ସେପ୍ଟେମ୍ବରତା ୧୫ ତାରିଖ ଦିନ ନୂଆଖାଇ ପର୍ବ ପାଲନ କରୁଥିବା ଅବସରରେ ପଥର୍ଲା, ପଲକାପଡା ଗାଁ ସମେତ ବହାଦୁର ପଦର ଗାଁ ରେ ଝାଙ୍କର ଧନୀ ମାଝୀ ଙ୍କ ନେତୃତ୍ୱ ରେ ବୈଚନ ମାଝୀ. ମହିନ୍ଦ୍ର ହରିଜନ. ଆର୍ତ୍ତ ପୋଢ଼. ମେଘ ରଣା.ହାରିବନ୍ଧୁ ମାଝୀ.ସବନ ପୋଢ଼ ଙ୍କ ସାହାଯ୍ୟ ରେ ରୁଗୀଯୁଗୀ ପର୍ବ ପାଲନ ହୋଇଯାଇଛି | ଯାହା ଗାଁ ର ଝାଙ୍କର ଙ୍କ ନେତୃତ୍ୱ ରେ ନୂଆଖାଇ ର କିଛି ସପ୍ତାହ ପୂର୍ବରୁ ପ୍ରତି ମଙ୍ଗଳବାର ଦିନ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଧୂପଦୀପ ଝୁଣା ଆଦି ସଂଗ୍ରହ କରି ଗାଁ ର ପ୍ରତ୍ୟେକ ଜନସାଧାରଣ ଯେପରି ହସଖୁସିରେ ନୂଆଖାଇ ପର୍ବ ପାଲନ କରିବେ ସେଥିପାଇଁ ଗାଁ ଧରଣୀ ପୀଠରୁ ପୂଜା ଆରମ୍ବ କରି ଗାଁ ମୁଣ୍ଡରେ ଗାଁ ଦେବଦେବୀ ଙ୍କୁ ବିଦ୍ଧିବଧ୍ୟ ପୂଜାର୍ଚ୍ଚନା କରି ଏହି ରୁଗୀଯୁଗୀ ପର୍ବ ସମାପ୍ତି ହୋଇଥାଏ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ