ସ୍ବେଛାସେବୀ ଅନୁଷ୍ଠାନ ସମ୍ବଳ ପକ୍ଷ୍ୟରୁ ୩ଟି ଅଜଣା ଶବର ଶବ ସତ୍କାର, ମିଳିଲା ଗୋଟିଏର ପରିଚୟ


ଚିପିଲିମା (ସମ୍ବଲପୁର)ସମ୍ବଲ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଗତ ୫/୯/୨୩ରିଖଦିନ ତିନୋଟି ଅଜଣା ଶବ ସତ୍କାର କରାଯାଇଥିଲା l ଭୀମସାର ବୁର୍ଲା ମେଡିକାଲ ଫାଣ୍ଡି ତରଫରୁ ଦୁଇଟି ଅଜଣା ଶବ ହସ୍ତାନ୍ତର କରାଯାଇଥିବା ବେଳେ ସଦର ଥାନା ତରଫରୁ ଗୋଟିଏ ଅଜଣା ଶବ ହସ୍ତାନ୍ତର କରାଯାଇଥିଲା l ସ୍ବର୍ଗରଥ ସାହାଯ୍ୟରେ ଶବ ଗୁଡାକୁ ବୁର୍ଲା ରୁ ଆଣି ମନ୍ଦଳିଆ ରେ ସ୍ଥିତ ରାଜଘାଟ ରେ ସନମାନ ର ସହିତ ଶବ ସତ୍କାର କରାଯାଇଥିଲା l ଶବ ସତ୍କାର କରିସାରିବା ପରେ ସେହିଦିନ ଗୋଟିଏ ଅଜଣା ଶବ ର ମାଉସୀ ପୁଅ ଅଜୟ କୁମାର ତାଣ୍ଡି ଆସି ସନ୍ଧ୍ୟା ରେ ଆମ ପାଖକୁ ପହଂଚି ଥିଲେ ଶବ ସତ୍କାର କରାଯଇଥିବା ବ୍ୟକ୍ତି ର ନାମ ଦେବୀପ୍ରସାଦ ପାତ୍ର (୫୦) ବରଗଡ଼ ନିବାସୀ ବୋଲି ଜଣାଇଥିଲେ l ତାଙ୍କ ଭାଇ ଦେବୀପ୍ରସାଦ ର ଅସ୍ତି ନେଇ ସମ୍ବଲ ପଟିବାର କୁ ଧନ୍ୟବାଦ ଦେଇ ଫେରିଥିଲେ l ସମ୍ବଳ ପରିବାରର ଏପରି ଏକ ମହାନ କାର୍ଯ୍ୟପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।