Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ପେଟ୍ରୋଲିୟମ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ୨୦୨୩ ଚିତ୍ରକଳା ପ୍ରତିଯୋଗିତା ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲରେ ଅନୁଷ୍ଠିତ

କଳାହାଣ୍ଡି , ୦୮/୦୯ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲରେ ଭାରତ ପେଟ୍ରୋଲିୟମ ତରଫରୁ ଏକ ଚିତ୍ର କଳକାର ଆୟୋଜିତ ହୋଇଯାଇଅଛି । ସେଠାରେ ଭାରତ ପେଟ୍ରୋଲିୟମର ଇଞ୍ଜିନିୟର ଆନନ୍ଦ ମୋଦି ସଭାପତିତ୍ୱ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନ ରହି ପରିବେଶ ନଷ୍ଟ ନ ହେବ ତା ପ୍ରତିକାର କିପରି ହେବ ତଥା ନିଜ ଆଖପାଖ ଅଞ୍ଚଳ କିପରି ସ୍ୱଚ୍ଛ ରଖିବେ ଏହା ଉପେର ଚିତ୍ର ଆଙ୍କି ଥିବା ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ମୋଦି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ ଆଗରୁ ପରିବେଶ ସ୍ୱଚ୍ଛତା ଉପରେ କାର୍ଯ୍ୟ କରିଆସୁଅଛି । ଏଣୁ ଚିତ୍ର ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ଚିତ୍ର କଳାଦ୍ୱାରା ପରିବେଶ ସ୍ୱଚ୍ଛତା ଉପରେ ସମସ୍ତ ଦୃଷ୍ଟି
ଆକର୍ଷଣ କରନ୍ତୁ । କଳାହାଣ୍ଡି ବାସୀଙ୍କୁ ପରିବେଶକୁ ରକ୍ଷା କରନ୍ତୁ ବୋଲି ନିବେଦନ କରିଥିଲେ । ରହୁଲ କୁମାର
(ଏରିୟା ମ୍ୟାନେଜର, ଭାରତ ପେଟ୍ରୋଲିୟମ) ମୁଖ୍ୟ ବ୍ୟକ୍ତା ଭାବରେ ଯୋଗଦାନ କରି ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଜାନ ୨୦୨୩ ତରଫରୁ କଳକାର ମାନେ ପ୍ରଥମେ ନିଜେ ପରିବେଶ ପ୍ରତି ସଚେତନ ରହି ତାଙ୍କ ଚିତ୍ର କଳା ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ଏଇ ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ଵ ଅଟେ । ନିଜେ ସ୍ୱଚ୍ଛ ରହି ନିଜେ ଚିତ୍ର କଳା ମାଧ୍ୟମରେ ଆଗକୁ ମଧ୍ୟ ଦିଗଦର୍ଶ କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ । ତାହା ସହିତ ପରିବେଶକୁ ରକ୍ଷା କରିବା ଜୀବନର ମୂଳ ଲକ୍ଷ ରଖି ସଚେତନ କରାଇବା ଦରକାର ବୋଲି ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ଶ୍ରୀ କ୍ଷିରସିନ୍ଧୁ ଭୋଇ (ପ୍ରଧାନ ଆଚାର୍ଯ୍ୟ, ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ) ମୁଁ ଯେତେ ଶିଖିଛି ତାଠୁ ଅଧିକ ମୋର୍ ଛାତ୍ରଛାତ୍ରୀମାନେ ସାରା ବିଶ୍ୱରେ ନିଜ ତଥା ଦେଶର ନାମ କରିବେ ତାହା ସହିତ ଗୋଟିଏ ଉତ୍ତମ ନାଗରିକ ହୋଇ ସମାଜକୁ କିପରି ସରସ ସୁନ୍ଦର କରିବେ । ଏହା ହିଁ ମୋର ପ୍ରୟାସ ଅଶ୍ୱେଷ ଧନ୍ୟବାଦ ଦେବି ଭାରତ ପେଟ୍ରୋଲିୟମକୁ କାରଣ କଳାହାଣ୍ଡିରେ ଅନେକ ଆର୍ଟ ସ୍କୁଲ ଭିତରୁ ସ୍ୱଚ୍ଛତା ଚିତ୍ର କଳା ପ୍ରତିଯୋଗିତା ପାଇଁ ଆମ ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲକୁ ବାଛିଲେ ବହୁତ ସୁନ୍ଦର ଚିତ୍ରକଳା ପ୍ରତିଯୋଗିତା କରିବା ସହ ପରିବେଶ ସଚେତନଟା ତା ର ବାର୍ତ୍ତା ଦେଇ ଚାରିଜଣ ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ନମ୍ବରରେ ପୁରସ୍କୃତ କରିବା ସହିତ ସମସ୍ତ ପ୍ରତିଯୋଗିମାନଙ୍କୁ ମଧ୍ୟ ପୁରସ୍କୃତ କଲେ ସମସ୍ତଙ୍କୁ ଭଗବାନ କଳା ଦେଇଥାନ୍ତି। ତେଣୁ ସମସ୍ତେ ଯେଉଁ ପଦବୀରେ ଚାକିରୀ କରନ୍ତୁ ନା କାହିଁକି ନିଜ ନିଜର କଳାକୁ ମଧ୍ୟ କିଛି ସମୟ ଦିଅନ୍ତୁ ଏବଂ ଖୁସିରେ ରୁହନ୍ତୁ । ମୋ ଆମ ଓଡ଼ଶା ତଥା ଭାରତର ପ୍ରତେକ ନେତା, ରାଜନେତା ମାନଙ୍କୁ ଅନୁରୋଧ କରୁଛିକି ଆମ ଚିତ୍ରକାର ଭାଇ ଭଉଣୀ ବିଦେଶରେ ନିଜ ଦେଶର ଟେକ ରଖୁଛନ୍ତି କିନ୍ତୁ ସରକାର ତାଙ୍କ ପାଇଁ ହେୟମନୋଭାବ ନ ରଖି ଚିତ୍ରକାର ମାନଙ୍କ ପାଇଁ ଚାକିରୀର ବ୍ୟବସ୍ତା କଲେ କଳାକାର ଆଉ ଆଧିକ ଦେଶର ନାମ ବଢ଼େଇ ପାରନ୍ତା । କାରଣ କଳାକାର ନିଜର ଗୁଜୁରାଣ ମେଣ୍ଟାଇ ନପାରି ନିଜ କଳାକୁ ଛାଡ଼ୁଛନ୍ତି। ବହୁତ ଜାଗାରେ କଳାକାର ମାନଙ୍କୁ ୟୁଜ କରି ଅନେକ ଲୋକ ଫାଇଦା ପାଉଛନ୍ତି କିନ୍ତୁ କଳାକାର ଫାଇଦା ପାଇ ପାରୁନାହାନ୍ତି। ଏହାର ସୁ ବ୍ୟବସ୍ଥା କଲେ ଭଲ ହେବ ଓ ଚିତ୍ରକାର ଆଗକୁ ବଢିବ ବୋଲି ମତ ପ୍ରକାଶ କରିଥିଲେ। ଭାରତୀ ସାହୁ (ଶିକ୍ଷୟତ୍ରୀ, ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ) ଆଜି ଆମ ଆର୍ଟ ସ୍କୁଲରେ ଭାରତ ପେଟ୍ରୋଲିୟମ ତରଫରୁ ଚିତ୍ରକଳା ପ୍ରତିଯୋଗିତା ବହୁତ ଭଲ ଭାବରେ ହେଲା ତେଣୁ ବେଶୀ ଖୁସି ଲାଗିଲା ବହୁତ ଛୁଆମାନେ ପ୍ରତିଯୋଗିତାରେ ସାମିଲ ହୋଇଥିଲେ ଚିତ୍ରକଳାକୁ ଦେଖି ଚତୁର୍ଥ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ ତାହା ସହିତ ସମସ୍ତ କଳକାର ମାନଙ୍କୁ ମଧ୍ୟ ନିଜର ସୁବିଚାର ଦେବା ସହିତ ପୁରସ୍କୃତ କରିଥିଲେ । ଶେଷରେ ସମସ୍ତେ ପରିବେଶ ସୁରକ୍ଷା ସହିତ ଦେଶକୁ ସ୍ୱଚ୍ଛତା ରଖିବା ପାଇଁ ଶପଥ ପାଠ କରିଥିଲେ । ସଭା ଶେଷରେ ସମସ୍ତଙ୍କ ପାଇଁ ଫଳ ଓ ମିଷ୍ଠାନ୍ନ ବ୍ୟବସ୍ତା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ