Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଭିନ୍ନ ପ୍ରକାର ବ୍ରାଣ୍ଡର ଠିପିବନ୍ଦ ନକଲି ବିଦେଶୀ ମଦ ଜବତ ; ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ

କଳାହାଣ୍ଡି , ୦୮/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି ପଞ୍ଚାୟତ ପଲସାପଡ଼ା ଗ୍ରାମରେ ବିଦେଶୀ ମଦ କାରଖାନାରେ କେସିଙ୍ଗା ଅବକାରୀ ବିଭାଗ ଦ୍ୱାରା ଗତ କାଲି
ଚଢ଼ାଉ କରିଥିବା ଜଣାପଡିଛି । ସେଠାରୁ ମଦ ବୋତଲରେ ବ୍ୟବହୃତ ଲେବୁଲ, ଷ୍ଟିକର, ଖାଲି ବୋତଲ, ସ୍ପିରିତ, ଠିପି, ଇତ୍ୟାଦି ଜବତ କରାଯାଇଛି । ୮୬୩ ବୋତଲ ବିଭିନ୍ନ ପ୍ରକାର ବ୍ରାଣ୍ଡର ଠିପିବନ୍ଦ ନକଲି ମଦ ଓ ୭୮ ଟି ଖାଲି ବୋତଲ ଜବତ କରିଛି। ଏଥିସହ ଏ ବେଆଇନ କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ହେଲେ ଉକ୍ତ ଗାଁର ପ୍ରକାଶ ନାଏକ । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଥିବାବେଳେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ଏସାଆଇ ବିଶ୍ୱଜିତ ଆରୁଖ ସୂଚନା ଦେଇଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗା ଅବକାରୀ ବିଭାଗ ଏସଆଇ ଶ୍ରୀ ଆରୁଖଙ୍କ ନେତୃତ୍ୱରେ ପଲସାପଡ଼ାରେ ଗାଁର ପ୍ରକାଶଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବିଭିନ୍ନ ପ୍ରକାର ବ୍ରାଣ୍ଡର ନକଲି ବିଦେଶୀ ମଦ ସହିତ ଖାଲି ବୋତଲ ଏବଂ ଠିପି ଜବତ କରାଯାଇଥିଲା । ଏହି ଚଢ଼ାଉରେ ଅବକାରୀ ବିଭାଗ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ରଞ୍ଜନ କୁମାର ନାଏକ, ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ବିଶ୍ୱଜିତ ଆରୁଖ,
କନେଷ୍ଟବଳ ଭୂଜବଲ ପଟେଲ, ଚୈତନ୍ୟ ମହାପାତ୍ର ଓ ମହିଳା କନେଷ୍ଟବଳ ସୁଶ୍ରୀ କ୍ରିତି ଜେନାଙ୍କ ସମେତ ବିଭାଗୀୟ କର୍ମଚାରୀମାେନ ସାମିଲ ଥିଲେ ।