Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୧ ଦିନରେ ଗୋଲାମୁଣ୍ଡା କିଷାନ ସଂଘର ଜିଲ୍ଲା ପାଇଁ ଗଣଧାରଣା

କଳାହାଣ୍ଡି, ୦୮/୦୯ : ଆଜିକୁ ତିରିଶ ବର୍ଷ ଧରି ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କର୍ଣ୍ଣ ପାତ କରୁ ନ ଥିବାରୁ ଧର୍ମଗଡ଼ କ୍ରିୟାନୁଷ୍ଠାନପକ୍ଷରୁ ଗତ, ତା ୨୮/୦୮/୨୦୨୩ରେ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ଵରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଦେଇ ଆଜି ଏଗାର ଦିନରେ ଗୋଲାମୁଣ୍ଡା ବ୍ଲକ କିଶାନ ସଂଘର୍ ଶତାଧିକ ଚାଷୀ ଓ କର୍ମ କର୍ତ୍ତା ଗଣ ଧାରଣାରେ ବସି ଥିବା ବେଳେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପନ୍ଦ୍ରସିଂହ ଦେଓ ମଧ୍ୟ ଆଜିର ଦିନରେ ସାମିଲ୍ ହୋଇ ଧର୍ମଗଡ ଜିଲ୍ଲାର ମାନ୍ୟତା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରତିଦେଇ ଥିଲେ, ଆଜିର ଗଣ ଧାରଣାରେ ଧର୍ମଗଡ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତୁଷାର ପଟଯୋଶୀ, ପ୍ରେମଲାଲ ସାଗର, ରାଜେନ୍ଦ୍ର ମୁନି, ବିଜ୍ଞାପିତ ପରିଷଦ ଉପଧକ୍ଷା ମନୀଷା ମିଶ୍ର, ଶୁ ଶ୍ରୀ ହୀରା ବାଗ, କଲ୍ୟାଣୀ ନାଏକ ଓ ଗୋଲାମୁଣ୍ଡା ବ୍ଲକ କିସାନ ସଙ୍ଘର ସମ୍ପାଦକ ପ୍ରସନ୍ନ କୁମାର ରାଉତ, ବରିଷ୍ଟ ସାମ୍ବାଦିକ ରାମ୍ କୁମାର୍ ସେନାପତି, ଭୂବନେ ନିଆଲ, ଜନ୍ମେଜୟ ନାଏକ, ଲମ୍ବୁଧର ଜାଲ, ଉଗ୍ରସେନ ନୀଆଳ, ପ୍ରଦୀପ ମାଝୀ, ମନୋଜ ସିପକା, ପରୀକ୍ଷିତ ନାୟକ, ପ୍ରମୋଦ କୁମାର ପଣ୍ଡା, ପ୍ରୁଥିରା ଜତାଣ୍ଡି, ପ୍ୟାରିଲାଲ ଦୂର୍ଗା, ବିକି ଗୋପାଳ, ଗୋକୁଳ ଭୋଇ, ଟୁନା କୁମାର୍, ବୀରୁ ନାୟକ, ଉମା ଶଙ୍କର ନାଏକ ଓ ବିଷ୍ଣୁ ରାମ୍ ସା ପ୍ରମୁଖ ଉପସ୍ଥିତ ରହି ଉପ ଜିଲ୍ଲାପାଳଙ୍କୁ ଗୋଲାମୁଣ୍ଡା କିସାନ୍ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା