Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

କଳାହାଣ୍ଡି, ୦୯/୦୯ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ୟୁନିଟ ତରଫରୁ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି।ଆଜିଠାରୁ ତିନିଦିନ ଯାଏ ଚାଲିବାକୁ ଥିବା ପ୍ରାଥମିକ ଚିକିତ୍ସା ଶିବିରକୁ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଉଦଘାଟନ କରି କହିଥିଲେ ପ୍ରାଥମିକ ଚିକିତ୍ସା ବିଷୟରେ ଜ୍ଞାନ ହାସଲ କଲେ ଆମେ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବା।ତେଣୁ ପ୍ରାଥମିକ ଚିକିତ୍ସା ର ସମସ୍ତ କୌଶଳକୁ ଶିଖିବା ଦରକାର।ପ୍ରାଥମିକ ଚିକିତ୍ସାର ବିଭିନ୍ନ ନିୟମ,କୌଶଳ ବିଷୟରେ ପ୍ରାଥମିକ ଚିକିତ୍ସକ ଆର ପି ତଥା ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦଘାଟନ ସମୟରେ ଅଧ୍ୟାପକ ରଂଜନ କୁମାର ପଣ୍ଡା,ନିକୁଞ୍ଜ ବିହାରୀ ସାହୁ,ଅକ୍ଷୟ ପଟ୍ଟନାୟକ, ସୁରେନ୍ଦ୍ର ସାହୁ,ଫକୀର ଚଣ୍ଡି  ଉପସ୍ଥିତ ଥିଲେ।ଏହି ଶିବିରରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଯୁବରେଡକ୍ରସ ସ୍ବେଚ୍ଛାସେବୀମାନେ ଯୋଗଦାନ କରିଥିଲେ।ଶିବିର ପରିଚାଳନାରେ ବିଦ୍ୟାଳୟର ଅଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ ଓ ସ୍ବେଛାସେବୀମାନେ ସହଯୋଗ କରିଥିଲେ।