Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ଦୁର୍ଘଟଣାରେ ଜଣେ ଗୁରୁତର ତିନି ଆହତ

ବୀରମହାରାଜପୁର : ସୋନପୁର- ସମ୍ବଲପୁର ରାଜ୍ଯ ରାଜପଥର ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ସାଲେସିଂଗ ନାଳ ନିକଟରେ ଶନିବାର ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ଦୁର୍ଘଟଣାରେ ଅଟୋ ଚାଳକ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଆଉ ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଥିବା ଅଟୋ ଚାଳକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢା ଗ୍ରାମର ହେମନ୍ତ ସାହୁ ବୋଲି ଜଣାପଡିଛି । ସୂଚନା ମୁତାବକ ଶନିବାର ଦିନ ବୀରମହାରାଜପୁର ରୁ ଏକ ଅଟୋ ଯାତ୍ରୀ ନେଇ ସମ୍ବଲପୁର କୁ ଏକ ମ୍ରୁତାହକାର୍ଯ୍ଯ ରେ ଯୋଗଦେବାପାଇଁ ଯାଉଥିବା ବେଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ସାଲେସିଂଗ ନାଳ ନିକଟରେ ଥିବା ଏକ ପୋଲରେ ଭାରସାମ୍ୟ ହରାଇ ଧକ୍କା ଲଗି ଦୁର୍ଘଟଣା ହୋଇଥିଲା । ଫଳରେ ଅଟୋ ଚାଳକ ହେମନ୍ତ ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ଆଉ ୩ ଜଣ ଯାତ୍ରୀ ଙ୍କୁ ଆହତ ଅବସ୍ଥାରେ ସମସ୍ତଙ୍କୁ ସିଣ୍ଢୋଲ ଉପ ସ୍ବାସ୍ଥ୍ଯକେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ହେମନ୍ତ ଙ୍କୁ ଉଲୁଣ୍ଡା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ