Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କତରବଗା କ୍ଷମାନିଧି ଭୋଇ ହାଇସ୍କୁଲରେ ବୃକ୍ଷ ରୋପଣ

କତରବଗା କ୍ଷମାନିଧି ଭୋଇ ହାଇସ୍କୁଲରେ ବୃକ୍ଷ ରୋପଣ
ଝାରସୁଗୁଡା ୧୦/୯ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମ ପଞ୍ଚାୟତ କ୍ଷମାନିଧି ଭୋଇ ହାଇସ୍କୁଲରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କତରବଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅର୍ଜୁନ ପଧାନ, ସମ୍ପାଦକ ପ୍ରସନ୍ନ ସା,ସୁରେନ୍ଦ୍ର ପଧାନ, ଉମେଶ ପଧାନ, ହାଡୁ ସା,କୁବେର ଖମାରୀ,କିଶୋର ଖମାରୀ ପ୍ରମୁଖ ଅଂଶଗ୍ରହଣ କରି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏଥିରେ ସହକାରୀ ଶିକ୍ଷକ ନେତ୍ରାନନ୍ଦ ସା, ସୁମେଘ ରଣାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ