Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭାଗୃହ ଠାରେ ଶନିବାର ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆରର ସମ୍ପାଦକ ଅନଙ୍ଗ ନେଗୀଙ୍କ ସଂଯୋଜନା ରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ମୀନକେତନ ମହାକୁର ରେଆର ତରଫରୁ ଗତ ଦେଢ଼ ବର୍ଷ ରେ ମାନସିକ ଅସୁସ୍ଥ ରୋଗୀ ମାନଙ୍କୁ ଔଷଧ ସେବନ , ପରାମର୍ଶ ପ୍ରଦାନ ଓ ୧୯୯୪ ମସିହା ରୁ ଅଦ୍ୟାବଧି କରାଯାଇଥିବା ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନସିକ ଅସୁସ୍ଥ ନିରାକରଣ ନିମିତ୍ତ ରେଆର୍ ର ସ୍ଵେଚ୍ଛାସେବୀ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହ ବ୍ଲକ ର ସମସ୍ତ ମାନସିକ ଅସୁସ୍ଥଙ୍କୁ ନିୟମିତ ଔଷଧ ସେବନ ପାଇଁ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗ କାମନା କରିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନା ଓ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାନସିକ ଅସୁସ୍ଥ ଙ୍କୁ ସାମିଲ୍ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନାରେ ଆସାମ ତେଜପୂର୍ ଡ଼ା ଶୋଭନା ହରିହର ସୁବ୍ରମଣ୍ୟମ , ବେସିକ ନିଡ ଇଣ୍ଡିଆ ର ରାଜୀବ କର୍ମୀ ଯୋଗଦେଇ ମାନସିକ ଅସୁସ୍ଥ ରୋଗୀଙ୍କ ଚିକିତ୍ସା ସେବା , ପରିବାର ସ୍ଥିତି ଓ ସହାୟତା ସମ୍ପର୍କରେ ଉପସ୍ଥିତ ସ୍ଵେଚ୍ଛାସେବୀ ଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ଯକ୍ରମ କୁ ବିଶ୍ବମ୍ବର ସାହୁ ପରିଚାଳନା କରିଥିବା ବେଳେ ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ।