Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛତିଶଗଡ଼ ଲାରା ଏନଟିପିସି ଦ୍ୱାରା ଓଡ଼ିଶା ସୀମାନ୍ତ ୭ପଞ୍ଚାୟତ ପ୍ରଭାବିତ

ଝାରସୁଗୁଡା ୧୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସୀମାକୁ ଲାଗି ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ଲାରା ଠାରେ ଏନଟିପିସି ତାପଜ କେନ୍ଦ୍ର ଛତିଶଗଡ଼ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଛି । ଏହାର ପ୍ରଦୂଷଣ ଯୋଗୁଁ ଓଡ଼ିଶା ସୀମାନ୍ତ ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଡେଇକେଲା, ରେମତା, ଚାରପାଲି, ପିଥିଣ୍ଡା, କନକତୋରା,ବାଦୀମାଲ ଏବଂ ଭିକମପାଲି ଗ୍ରାମ ପଞ୍ଚାୟତ ବାସୀ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ଅବସ୍ଥାପିତ ଶିଳ୍ପସଂସ୍ଥା ନିଜର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରାବଧାନ ରହିଛି । କିନ୍ତୁ ବହୁତ ଦୁଃଖର ବିଷୟ ଯେ ଲାରା ଏନଟିପିସି ସ୍ଥାପିତ ହେବାର ଦୀର୍ଘ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାର ସୀମାନ୍ତରେ ଥିବା ପ୍ରଭାବିତ ୭ଟି ପଞ୍ଚାୟତ ଅଞ୍ଚଳରେ କୌଣସି ଉନ୍ନୟନ କାର୍ଯ୍ୟ କରାଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । କେବଳ ୨୦୧୭ ଆର୍ଥିକ ବର୍ଷରେ ନାମକୁ ମାତ୍ର କିଛି କାର୍ଯ୍ୟ କରା ଯାଇଥିଲା । ଏହା ପରେ ବର୍ତ୍ତମାନ ସୁଦ୍ଧା ଆଉ କୌଣସି ପ୍ରକାର ଉନ୍ନୟନ କାର୍ଯ୍ୟ କରା ଯାଉନାହିଁ । ଏ ସମ୍ପର୍କରେ ଅଞ୍ଚଳବାସୀ ପକ୍ଷରୁ ଲାରା ଏନଟିପିସି କତ୍ତୃପକ୍ଷ, ଝାରସୁଗୁଡା ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅନେକ ଥର ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇ ନାହାନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଥାଉକି ଲଖନପୁର ବ୍ଲକ ସୀମା ଠାରୁ ଲାରା ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ର ଦୂରତା ମାତ୍ର ଶୁନ୍ୟ କିମି ଥିବା ସତ୍ୱେ କୌଣସି ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ୟ କରୁନାହିଁ । ଆଜି ପୁନର୍ବାର ଶେଷ ଥର ପାଇଁ କଣ୍ଡେଇକେଲା, ରେମତା, ଚାରପାଲି, ପିଥିଣ୍ଡା, କନକତୋରା, ବାଦୀମାଲ ଏବଂ ଭିକମପାଲି ପଞ୍ଚାୟତ ବାସୀ ଏକତ୍ରିତ ହୋଇ ଝାରସୁଗୁଡା ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସ୍ଥାନୀୟ ବିଧାୟିକା, ବରଗଡ଼ ଲୋକସଭା ସାଂସଦଙ୍କୁ ଲିଖିତ ଭାବେ ଆଉ ଏକ ଦାବୀପ୍ରତି ପ୍ରଦାନ କରିଛନ୍ତି । ଯେଉଁଥିରେ କି ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରା ଯାଇଛି । ଯଦି ନ ହୁଏ ତାହେଲେ ଏହା ଦ୍ବାରା ପ୍ରଭାବିତ ୭ ଟି ପଞ୍ଚାୟତବାସୀ ୧୫ ତାରିଖ ଠାରୁ କନକତୋରା ଛକ ଠାରେ ଏନ ଏଚ ୪୯ କୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିବେ ବୋଲି କନକତୋରା ସରପଞ୍ଚ ସୁଶାନ୍ତ ଚଇନି ପ୍ରକାଶ କରିଛନ୍ତି ।

More Stories