Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଫୁଲଚରା ରାସ୍ତା ନିକଟରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପୁରୁନାପାନି ଗ୍ରାମର ଟିକେଶ୍ୱର ପଞ୍ଚବିହା ଙ୍କ ପୁଅ ବିଷ୍ଣୁ ପଞ୍ଚବିହା(୨୬) ଓ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ନାରାଣପ୍ରସାଦ ଗ୍ରାମର ରଞ୍ଜୁ ମୁଖୀ ଙ୍କ ପୁଅ ବଳଭଦ୍ର ମୁଖୀ(୩୦) ବୋଲି ବୀରମହାରାଜପୁର ପୋଲିସ ପ୍ରକାଶ କରିଛି । ସୁଚନା ଅନୁସାରେ ଶନିବାର ସନ୍ଧ୍ୟାବେଳେ ବୀରମହାରାଜପୁର ପୋଲିସ ର ପେଟ୍ରୋଲିଂ ବେଳେ ଫୁଲଚରା ଛକ ନିକଟରେ ସନ୍ଦେହ କରି ଉକ୍ତ ଦୁଇ ଜଣ ଯୁବକ ଙ୍କୁ ଅଟକାଇ ଥିଲା ପୋଲିସ। ପଚରା ଉଚୁରା ବେଳେ ତାଙ୍କ ପାଖରୁ ପ୍ରାୟ ୪ କେଜି ୮୮୦ ଗ୍ରାମ ର ଗଞ୍ଜେଇ ଜବତ କରାଯାଇଛି। ଉଭୟଙ୍କୁ ପୋଲିସ ଗିରଫ କରିଛି। ଏନେଇ ବୀରମହାରାଜପୁର ଥାନାରେ କେସ ନଂ ୧୫୨/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀଙ୍କ ରାଜେଶ୍ଵରୀ ଭୋଇ ପ୍ରକାଶ କରିଛନ୍ତି।