Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ଏକ ଦାଦନଙ୍କ ମୃତ୍ୟୁ ଖବରଆସିପହଞ୍ଚିଲା

କଳାହାଣ୍ଡି, ୧୧/୦୯ : ଦାଦନ ଶ୍ରମିକ ମୃତ୍ୟୁ ଖବର ଦିନକୁ ବୃଦ୍ଧି ପାଇବାରେ ଲାଗିଛି, କିଛି ଦିନ ତଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଶାଗବାରି ଗ୍ରାମର ଜନୈକା ମହିଳା ମୃତ୍ୟୁ ବରଣ ଖବର ମନରୁ ନଲିଭୁଣୁ ଆଜି ଏହି ଥାନା ଅନ୍ତର୍ଗତ ଖଣ୍ଡିଡଙ୍ଗରି ଗୁଡାର ଏକ ଯୁବକ ଦାଦନ ଯାଇ ମୃତ୍ୟୁ ବରଣ କରିଥିବା ଖବର ଆସି ପହଞ୍ଚିଛି, ମୃତକ ହେଲେ ଲୋଚନ ବାଗଙ୍କ ଏକମାତ୍ର ପୁତ୍ର ଚିନ୍ତା ମଣି ବାଗ -୨୬, ମୃତକ ଲୋଚନ ହାଇଦ୍ରାବାଦର ଛୋଟୁପାଲ ସହରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପରିବାର ଲୋକେ ଶବ ଆଣିବାକୁ ହାଇଦ୍ରାବାଦ ଗସ୍ତ କରିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନଥିବା ଜଣାଯାଇଛି