Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଅଞ୍ଚଳରେ ନକଲି 5 ଶହ ଟଙ୍କିଆ ନୋଟ ଦେଇ ଦୋକାନ ରୁ ସଉଦା କିଣିଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଂଚଳରେ ନକଲି ୫ ଶହ ଟଙ୍କିଆ ନୋଟ । ଉକ୍ତ ଥାନା ଅଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମରେ ଦୋକାନୀ କୁ ଜଣେ ଅଜଣା ବ୍ୟକ୍ତି ତିନୋଟି ପାଞ୍ଚ ଶହ ଟଙ୍କିଆ ନୋଟ ଦେଇ ତେଜରାତି ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି । ସୁଚାନମତେ ଟେଭାପଦର ଗ୍ରାମର କ୍ଷମନିଧି ସାହୁ ଜଣେ ରୋଗଗ୍ରସ୍ତ ବ୍ୟକ୍ତି । ସେ ଅସୁସ୍ଥ ଥିବାରୁ ସେ କରିଥିବା ତେଜରାତି ଦୋକାନରେ ତାଙ୍କର ସ୍ତ୍ରୀ ବିକ୍ରି କରୁଥିଲେ । ତେବେ ରବିବାର ମଧ୍ୟାହ୍ନ ରେ କେହି ଜଣେ ଅଜଣା ବ୍ୟକ୍ତି ୩୦୦ ଟଙ୍କାର ତେଜରାତି ସାମଗ୍ରୀ କିଣି ୫୦୦ ଟଙ୍କା ଦେଇ ଥିଲେ । ପୁଣି କିଛି ସମୟ ପରେ ସେହି ଦୋକାନ କୁ ଆସି ୭ ଶହ ଟଙ୍କାର ଜିନିଷ କିଣି ଦୁଇଟି ୫ଶହ ଟଙ୍କିଆ ନୋଟ ଦେଇ ଥିଲା । ଦୋକାନୀ ବଳକା ଟଙ୍କା ଫେରାଇ ୫ ଶହ ଟଙ୍କିଆ ନୋଟ ରଖି ଥିଲେ । ପରବର୍ତ୍ତୀ ସମୟରେ କେହି ଜଣେ ତାହା ନକଲି ଟଙ୍କା ବୋଲି କହିବାରୁ ସେ ନକଲି ବୋଲି ଜାଣିବାକୁ ପାଇଲେ । ଦୋକାନୀ ଜଣକ ରୋଗଗ୍ରସ୍ତ ଥିବାରୁ ସୋମବାର ତାଙ୍କର ପରିବାର ଲୋକେ ଥାନାରେ ଅଭିଯୋଗ କରିବେ ବୋଲି ଜଣା ପଡିଛି । ସୁବଳୟା ଅଞ୍ଚଳ ରେ ଏପରି ଭାବେ ନକଲି ୫ ଶହ ଟଙ୍କିଆ ନୋଟ ପ୍ରଚଳନ ଯୋଗୁଁ ସାଧାରଣ ରେ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କିଛିଦିନ ପୂର୍ବରୁ ଉଲୁଣ୍ଡା ଅଂଚଳରୁ ପ୍ରାୟ ୪୧ ଲକ୍ଷ ଟଙ୍କାର ନକଲି ପାଞ୍ଚ ଶହ ଟଙ୍କିଆ ନୋଟ କୁ ଏସଟିଏଫ୍ ଜବତ କରି ଜଣକୁ ଗିରଫ ମଧ୍ୟ କରିଥିଲା । ତେବେ ଅଞ୍ଚଳ ରେ ଆହୁରି ଅନେକ ନକଲି ଟଙ୍କା ଘୁରି ବୁଲୁଥିବା ଆଶଙ୍କା କରାଯାଉଛି । ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପାଖରେ ସେନେଇ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। ପୋଲିସ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ