ବୀରମହାରାଜପୁର ରେ ନୂଆଁଖାଇ ଲଗ୍ନ ନିରୂପଣ


ବୀରମହାରାଜପୁର : ପ୍ରଚଳିତ ପରମ୍ପରା ଅନୁସାରେ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତ୍ରିବେଣୀ ଛକ ସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ବୁଧବାର ସେପ୍ଟେମ୍ବର ୨୦ ତାରିଖ ଦିବା ଘ. ୧୦ ଟା ୨୬ ମିନିଟରୁ ଘ. ୧୦ ଟା ୪୧ ମଧ୍ୟରେ ଶ୍ରୀ ଶ୍ରୀ ଜଗନ୍ନାଥ , ବାବା ଚାମ୍ପେଶ୍ୱର , ମା ଦୁର୍ଗା ଓ ଅଞ୍ଚଳ ର ଦେବା ଦେବୀ ଙ୍କ ନିକଟରେ ନବାନ୍ନ ଅର୍ପଣ ନିମନ୍ତେ ଲଗ୍ନଧାର୍ଯ୍ୟ କରାଯାଇଛି । ବ୍ରlହ୍ମଣ ସମାଜ ତରଫରୁ ସଂଯୋଜକ ପଣ୍ଡିତ ମନରଞ୍ଜନ ଦାଶ ଙ୍କ ଆବାହକତ୍ବ ରେ ଓ ସମାଜ ର ସଭାପତି ଭଗବାନ ମିଶ୍ର ଙ୍କ ସଭାପତିତ୍ବ ରେ ବୀରମହାରାଜପୁର ସ୍ଥିତ ଆଖପାଖ ଅଞ୍ଚଳର ବିଦ୍ୱାନ ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀ ଶ୍ରୀ ମା’ଦୁର୍ଗାଦେବୀ ଠାରେ ପୂଜକ ରଞ୍ଜନ ନନ୍ଦ ଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ପଣ୍ଡିତମଣ୍ଡଳୀଙ୍କ ଦ୍ଵାରା ଲଗ୍ନ ବାହାର କରାଯାଇଥିଲା । ପଣ୍ଡିତ ସୁମନ୍ତ୍ର ଷଡ଼ଙ୍ଗୀ , ପଣ୍ଡିତ ସୀତାରାମ ପାଢ଼ୀ , ପଣ୍ଡିତ ଚକ୍ରଧର ଚାନ୍ଦ, ସନ୍ତୋଷ କୁମାର ପୂଜାରୀ, ଗୌରୀ ଶଙ୍କର ମିଶ୍ର, ମନରଞ୍ଜନ ଦାଶ, ଦେବାର୍ଚ୍ଚନ ଦାଶ ପ୍ରମୁଖ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ଲଗ୍ନ ଧାର୍ଯ୍ୟ ହୋଇଥିଲା ଏବଂ ଶ୍ରୀ ଶ୍ରୀ ଦୁର୍ଗା ଦେବୀ ମନ୍ଦିରକୁ ଯାଇ ଲଗ୍ନ ହସ୍ତାନ୍ତର କରିଥିଲେ । ଦୁର୍ଗା ମନ୍ଦିର କମିଟି ତଥା ଅନ୍ୟାନ୍ୟ ସମସ୍ତ ବିଦ୍ୱାନ ମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ ।