Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ କିକିଆ ପଞ୍ଚାୟତର ସାଗର ପଡା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୧/୦୯ (ଜଗନ୍ନାଥ ନାଏକ) : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ କିକିଆ ପଞ୍ଚାୟତର ସାଗର ପଡା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଜେଡ଼ି ସଂଗଠନ ତୃଣମୂଳ ସ୍ତରରେ ଅଧିକ ମଜଭୂତ ଓ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ। ଏହା ସହିତ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ କେସିଙ୍ଗା ତହସିଲଦାରଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ। ଗାଁ ସମସ୍ୟାର ସମାଧାନ ପାଇଁ ତହସିଲଦାର ନିଜେ ପଞ୍ଚାୟତ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କିକିଆ ପଞ୍ଚାୟତ ସଭାପତି ପଙ୍କଜ କୁମାର ରଣା, ପୂର୍ବତନ ସରପଞ୍ଚ ଟଙ୍କଧର ହିଆଲ, ଓ୍ବାର୍ଡ ମେମ୍ବର ସୌଦାମିନୀ ହିଆଲ, ମକରନ୍ଦ ହିଆଲ, ଆମ୍ବେଦକର ଯୁବ ମୋର୍ଚ୍ଚା ସଭାପତି ଦିନେଶ ହିଆଲ, ପଞ୍ଚାୟତ ଯୁବ ସଭାପତି ଜିତେନ୍ଦ୍ର ସୁନା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନାଏକ, ଯୁବ ନେତା ଅଶ୍ବିନୀ ତାଣ୍ଡି, ଲମ୍ବୋଦର ସୁନା, ବଦ୍ରିନାରାୟଣ ଭୋଇ, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ପ୍ରେମ ତାଣ୍ଡି, ଛାତ୍ର ନେତା ଆଶୁତୋଷ ବେହେରା, ମହିଳା ନେତ୍ରୀ ଚମ୍ପାବତୀ ସୁନା, କମଳିନୀ ହିଆଲ, ତଥା ଯୁବ -ଛାତ୍ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।