Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟଣା : ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

କଳାହାଣ୍ଡି,୧୨/୦୯-୨୦୨୧ ମସିହା ଅକ୍ଟୋବର ୨୪ ତାରିଖ ରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡଛତରଙ୍ଗ ଗ୍ରାମ ର ମହେନ୍ଦ୍ର ନାଏକ ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟଣା ରେ ମୃତକଙ୍କ ପରିବାର କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର କମିଶନ | କମିଶନ ଆହୁରି ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ ଏହି କ୍ଷତିପୂରଣ ରାଶି ପ୍ରଦାନ କରି ତାର ପ୍ରମାଣ ସହିତ ସବିଶେଷ ରିପୋର୍ଟ ଆସନ୍ତା ୧୭ ନଭେମ୍ବର ୨୦୨୩ ମଧ୍ୟ ରେ କମିଶନ ଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ | ଏହି ଘଟଣା ସମ୍ପର୍କରେ ଅଭିଯୋଗ ଆଗତ ହେଲା ପରେ କମିଶନ ଏହାକୁ କେଶ ନମ୍ବର ୧୧୯୬ /୧୮/୦୬/୨୦୨୨ ରେ ପଞ୍ଜିକରଣ କରି ଦୁଇ ଦୁଇ ଥର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ | କମିଶନ ଙ୍କ ନୋଟିସ ର ଜବାବରେ ଶକ୍ତି ବିଭାଗ ପକ୍ଷରୁ ଭବାନୀପାଟଣା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ବିଦ୍ୟୁତ ଉପନିରୀକ୍ଷକ ସରଜମିନ ତଦନ୍ତ କରି ବିସ୍ତୃତ ରିପୋର୍ଟ ଦାଖଲ କରି ଜଣେଇ ଦେଇଥିଲେ ଯେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଅବହେଳା ରୁ ଏଭଳି ଦୁଖଦଃ ଘଟଣା ଘଟିଲା | କଳାହାଣ୍ଡି ପୋଲିସ ଅଧିକ୍ଷକ ମଧ୍ୟ ସମାନ ମତାମତ ସହିତ ରିପୋର୍ଟ ପ୍ରଦାନ କରିଥିଲେ | ଉକ୍ତ ରିପୋର୍ଟ ରେ ଦର୍ଶାଯାଇଛି ଯେ ଏହି ଦୁଖଦଃ ଘଟଣା ମନୁଷ୍ୟକୃତ | ଟାଟା ପାୱାର TPWODL କର୍ମକର୍ତା ସଠିକ ଢଙ୍ଗରେ ପାଟ୍ରୋଲିଂ କରିଥିଲେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଶିକାରୀ ମାନଙ୍କ ପକ୍ଷରେ ସମ୍ଭବ ହୁଅନ୍ତା ନାହିଁ | ଏଣୁ ଏହି ଘଟଣା ପାଇଁ ଅବୈଧ ଶିକା କରୁଥିବା ଶିକାରୀ ଯେତିକି ଦାୟୀ, ଟାଟା ପାୱାର କର୍ମଚାରୀ ମଧ୍ୟ ସମପରିମାଣ ରେ ଦାୟୀ | କିନ୍ତୁ ଟାଟା ପାୱାର ପକ୍ଷରୁ ଘଟଣା ବାବଦ ରେ ସମ୍ପୂର୍ଣ ଓଲଟା ରିପୋର୍ଟ ପ୍ରଦାନ ସହିତ ସଫେଇ ଦେଇଥିଲେ ଯେ, ଜଙ୍ଗଲ ଅଂଚଳ ହୋଇଥିବାରୁ ନିତିପ୍ରତି ଦିନ ବିଦ୍ୟୁତ ହୁକ ପକେଇବା ଯାଞ୍ଚ କରିବା ସମ୍ଭବ ନୁହେଁ ଏବଂ ମହେନ୍ଦ୍ର ନାଏକ ଙ୍କ ମୃତ୍ୟୁ ନିମନ୍ତେ ଟାଟା ପାୱାର ଅଧିକାରୀ ମାନେ ଦାୟୀ ନୁହନ୍ତି | ଅପରପକ୍ଷରେ, ମାନବ ଅଧିକାର କମିଶନ ୩୧ ମାର୍ଚ୍ଚ ୨୦୨୩ ରେ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ର ଜବାବ ରେ ଶକ୍ତି ବିଭାଗ ର ଅତିରିକ୍ତ ସଚିବ ଟାଟା ପାୱାର କୁ ସୁହେଇଲା ଭଳି ରିପୋର୍ଟ ପ୍ରଦାନ କରି ଏହି ଘଟଣା ପାଇଁ କେବଳ ଶିକାରୀ ମାନେ ହିଁ ଦାୟୀ ବୋଲି ଉତ୍ତର ରଖିଥିଲେ ଯାହାକି କମିଶନ ଗ୍ରହଣ ନକରି ଶକ୍ତି ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏଭଳି ଦ୍ଵନ୍ଦାତ୍ମକ ରିପୋର୍ଟ ଡକାହଲ ନକରିବାକୁ ତାଗିଦ କରିଛନ୍ତି | କଳାହାଣ୍ଡି ଏସ.ପି ଏବଂ ବିଦ୍ୟୁତ ଉପନିରୀକ୍ଷକ ପ୍ରଦାନ କରିଥିବା ରିପୋର୍ଟ ଗୁଡିକୁ ତର୍ଜମା କଲାପରେ ମାନବ ଅଧିକାର କମିଶନ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ଓ ଓଡିଶା ସରକାର ଏହି ଘଟଣା ପାଇଁ ସମ୍ପୂର୍ଣ ଦାୟୀ ବୋଲି ଦର୍ଶାଇବା ସହିତ, ମୃତକଙ୍କ ପରିବାର କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ