Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚୋରି ଅଭିଯୋଗ ରେ ବିଦ୍ୟୁତ ତାର ସହ ବୋଲେରୋ ପିକଅପ୍ ଗାଡି ଜବତ କଲା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆପଡା ରୁ ବିଦ୍ଯୁତ୍ ତାର ଚୋରୀ ହୋଇଥିବା ନେଇ ସୋମବାର ସନ୍ଧ୍ଯା ସମୟରେ ସେଠାରେ କାର୍ଯ୍ୟରତ ବିଦ୍ଯୁତ୍ ବିଭାଗ ସୁପରଭାଇଜର ପ୍ରଭାତ ଦାସ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଉଲୁଣ୍ଡା ପୋଲିସ ତଦନ୍ତ କରି ଗୋଟିଏ ବୋଲେରୋ ପିକଅଫ ଗାଡି ସମେତ ଗୋଟିଏ ବଣ୍ଡଲ ତାର ଜବତ କରିଛି । ସୂଚନା ମୁତାବକ ଟାଟା ପାୱାର ପକ୍ଷରୁ ଉଲୁଣ୍ଡା ଅଞ୍ଚଳରେ କେବୁଲ କାମ ଚାଲିଥିବା ବେଳେ ମାଟିଖାଇ ନୂଆପଡା ଠାରେ ସେମାନେ ବିଦ୍ୟୁତ ତାର ସମେତ ଅନ୍ଯାନ୍ଯ ବ୍ଯବହ୍ରୁତ ସାମଗ୍ରୀ ରଖି ଥିଲେ । ତେବେ ସେଠାରୁ କେହି ଦୁର୍ବୁତ୍ତ ୧ ବଣ୍ତଲ ବିଦ୍ଯୁତ୍ ତାର ଚୋରୀ କରିନେଇଥିବା ସେଠାରେ କାର୍ଯ୍ଯରତ ସୁପରଭାଇଜର ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତନାଘନା କଲାପରେ ସୋମବାର ରାତି ପ୍ରାୟ ୮ ଘଣ୍ଟା ସମୟରେ ଚୋରୀ ଗାଡିର ପିଛା କରି ସୋନପୁର ଠାରୁ ଉକ୍ତ ପିକଅଫ ଗାଡି ( ଓଡି ୧୭ ଏଏ ୪୦୧୫) କୁ ଧରିବାରେ ସଫଳ ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ସେଠାରୁ ଫେରାର୍ ହୋଇଥିବା ଜଣାପଡିଛି । ତେବେ ଉକ୍ତ ସ୍ଥାନରୁ ପିକଅଫ ସହିତ ଗୋଟିଏ ବଣ୍ଡଲ ତାର ପୋଲିସ ଜବତ କରିଛି । ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି I ତା ସହିତ ଚୋରୀ ପାଇଁ ବ୍ଯବହ୍ରୁତ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପଞ୍ଚାନନ ନାଏକ କୁହନ୍ତି ।