Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ଅଲିଖାନଙ୍କୁ କଂଗ୍ରେସ କମିଟିର ନୁଆ ସମ୍ପାଦକ ଭାବେ ମନୋନୀତ

କଳାହାଣ୍ଡି, ୧୨/୦୯ (ଜଗନ୍ନାଥ ନାଏକ) : ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁମୋଦନ କ୍ରମେ କଳାହାଣ୍ଡି କଂଗ୍ରେସ କମିଟିର ନୁଆ ସମ୍ପାଦକ ଭାବେ ବାବା ଅଲିଖାନଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ଏନେଇ ଶ୍ରୀ ଖାନ ବେଶ ଖୁସି ଖୁସି ଥିବା କହିଛନ୍ତି । ତାଙ୍କର ଜୀବନ କାଳ ଭିତରେ କଂଗ୍ରେସର ନୀତି ଓ ଆଦର୍ଶ କୁ ଅନୁଶରଣ କରି ଦଳ ଯାହାକି ଦାୟିତ୍ୱ ଦେଇଛନ୍ତି ସେ ସବୁ କାମକୁ ସୁରୁଖୁରୁ ଭାବେ ତୁଲାଇ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦଳପକ୍ଷରୁ ତାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିବା ଜଣାପଡିଛି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ଶରତ କୁମାର ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲଙ୍କୁ ଶ୍ରୀ ଖାନ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ଖାନ କହିଛନ୍ତି ଯେ, ମୋତେ ଜିଲ୍ଲା ସମ୍ପାଦକ ଭାବେରେ ଯେଉଁ ଦାୟିତ୍ୱ ଦେଇଛନ୍ତି ତେଣୁ ଆଗକୁ ବଢିବାରେ ସହଯୋଗ କରିବି ଏହା ସହିତ ଜିଲ୍ଲା କଂଗ୍ରେସ ଦଳର ସମସ୍ତ ବରିଷ୍ଠ ଆଉ ପୁରୁଣା କାର୍ଯ୍ୟକାରୀଙ୍କୁ ନେଇ କାମ କରିବି ବୋଲି ସେ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ