Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୟ ମେମୋରିଆଲ ଫୁଟବଲ ପ୍ରତିଯୋଗିତା କୋକସରା କୁ ହରାଇ ଧର୍ମଗଡ ଚାମ୍ପିଅନ

କଳାହାଣ୍ଡି, ୧୨/୦୯ : ଧର୍ମଗଡ ଖେଳ ପଡିଆ ଠାରେ ଚାଲିଥିବା ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଆଜି ଉଦ ଯାପିତ ହୋଇ ଯାଇଛି । ମାଁ ଭଣ୍ଡାର ଘରଣୀ ଫୁଟ ବଲ୍ କମିଟି ଏବଂ ଧର୍ମଗଡ ଏନଏସି ର ମିଳିତ ଆୟୋଜନ ରେ ହେଉ ଥିବା ଏହି ପ୍ରତିଯୋଗିତା ର ଫାଇନାଲ ଖେଳ ରାଇଜିଂ ଷ୍ଟାର ଧର୍ମଗଡ ଓ ପିଏସ କଲେଜ କୋକସରା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ଧର୍ମଗଡ ଦଳ ୩-୧ ଗୋଲ ବ୍ୟବଧାନ ରେ କୋକସରା ଦଳ କୁ ହରାଇ ଚାମ୍ପିଅନ ହୋଇଥିଲେ । ଯଶୋବନ୍ତ ମାଝୀ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇ ଥିଲେ । ତାପସ ଦାସ, ଭାବେଶ ଗୋପାଲ, ସଞ୍ଜୀବ ଦୂର୍ଗା ଓ ସୁବ୍ରତ ବେହେରାଖେଳ ପରିଚାଳନା କରିଥିଲେ ।
ପୁରସ୍କାର ବିତରଣି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଇଓ ଗରୀବ ଦୀପ, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବିଧାୟକ ପ୍ରତିନିଧି ମାନସ ବାଗ, ସ୍ଵାଧୀନ ବାଗ,ଆଇନ ଜିବୀ ରାଜେନ୍ଦ୍ର ମୁନି, ସମାଜ ସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ,ପୂର୍ବତନ ବିଇଓ ଲୋକନାଥ ବେହେରା, ସାମ୍ୱାଦିକ ଅଂଶୁମାନ ପାତ୍ର, ବିରଞ୍ଚି ନାରାୟଣ ଜାଲ , ବୈଦ୍ୟନାଥ ବେହେରା ଓ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରି ଥିଲେ ।
କ୍ରୀଡା କମିଟି ସଭାପତି ଲକ୍ଷ୍ମୀ କାନ୍ତ ଧଙ୍ଗଡାମାଝି, କ୍ରୀଡା ଶିକ୍ଷକ ଅଭୟ ବାଗ, ସନ୍ତୋଷ ପାଣିଗ୍ରାହୀ, ବିକାଶ ଅଗ୍ରୱାଲ, ପ୍ରମୁଖ କ୍ରିଡ଼ା ଆୟୋଜନ ରେ ସହାୟତା କରି ଥିଲେ ।