Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ କଳା ସଂସ୍କୁତି ସଙ୍ଘ ର ପ୍ରଶିକ୍ଷଣ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ କଳା ସଂସ୍କୃତି ସଂଘ ଉଲୁଣ୍ଡା ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା l ଓଡିଶା ପାରମ୍ପରିକ ଲୋକକଳା ମାଧ୍ଯମରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଅଭିଯାନ ନିମନ୍ତେ (ବିକେଏସଏସ)ରେ ପଞ୍ଜୀକୃତ ପ୍ରତ୍ଯେକ ଦଳର ଜଣେ ବରିଷ୍ଠ କଳାକାରଙ୍କ ସହିତ ଦଳମୁଖ୍ଯ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ଅଧ୍ଯକ୍ଷା ଶାନ୍ତିଳତା ମିଶ୍ର ଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଥିଲେ । ବିଡିଓ କରିସ୍ମା ବେଶ୍ରା ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରର ଲକ୍ଷ୍ଯ ଏବଂ ଉଦ୍ଦେଶ୍ଯ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକେଏସଏସ ରେ ପଞ୍ଜିକୃତ ଉଲୁଣ୍ଡା ଅଞ୍ଚଳର ଶତାଧିକ କଳାକାର ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଅଞ୍ଚଳର ଜଣାଶୁଣା ବରିଷ୍ଠ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ଏବଂ ବ୍ରୁନ୍ଦାବନ ସୁରୁଜାଲ ପ୍ରମୁଖ ଯୋଗଦେଇ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ବିଭିନ୍ନ କଳା ମାଧ୍ଯମରେ ଜନସାଧାରଣଙ୍କୁ କିପରି ସଚେତନ କରିବେ ସେ ଉପରେ ଅନ୍ଯାନ୍ଯ କଳାକାର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଏହି କାର୍ଯ୍ୟକ୍ରମରେ ଜନ ସ୍ବାସ୍ଥ୍ଯ ସଂପ୍ରସାରଣ ମାଝିଗୌରି ପାତ୍ର , ମିସନ ଶକ୍ତି ରୁ ସଞ୍ଜିବ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଏସଏସଓ ଖିରୋଦ ଭୁଷଣ ରାଏ ପରିଚାଳନା କରିଥିବା ବେଳେ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।