Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ଜୈନ ସମାଜ ତରଫ ରୁ “ଆତ୍ମ ହତ୍ୟା ମୁକ୍ତ ଭାରତ“ ଜାଗରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

କଳାହାଣ୍ଡି, ୧୨/୦୯ : ଜୈନ ଆଚାର୍ଯ୍ୟ ଶ୍ରୀ ବିଜୟ ରାଜ୍ୟ ଜୀ ଙ୍କ ଆହ୍ୱାନ କ୍ରମେ ସ୍ଥାନକ ବାସୀ ଜୈନ ସମାଜ ପକ୍ଷରୁ ଆତ୍ମହତ୍ୟା ମୁକ୍ତ ଭାରତ କରିବା ପାଇଁ ସ୍ଥାନୀୟ ସଂସ୍ଥା ଦ୍ୱାରା କେସିଙ୍ଗା ରେ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ସାଙ୍ଗରେ ସ୍ଥାନୀୟ ଜୈନ ଭବନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଉପସ୍ଥିତ ଅତିଥିମାନେ ମଣିଷ ଚାପ ଗ୍ରସ୍ତ ହେବା କଥା ନୁହେଁ, ଯୌଥ ପରିବାର ବାଦ ଧିରେ ଧିରେ ଲୋପ ପାଇବା ରୁ ମାନସିକ ବିକାଶ ହୋଇ ନ ପାରିବା ଏବଂ ଆବଶ୍ୟକତା ରୁ ଅଧିକ ଆଶା କରିବା ହିଁ ଆତ୍ମହତ୍ୟା ର ମୂଳ କାରଣ। ଯାହା ସମାଜ ରେ ବ୍ୟାଧି ହୋଇଯାଇଛି।
ଏଣୁ ସମସ୍ତେ ମିଶି ଏହି ବ୍ୟାଧି କୁ ହଟାଇବା ପାଇଁ ସମସ୍ତେ ଉଦ୍ୟମ କରିବାର ଆହ୍ୱାନ ଦେଇଥିଲେ। ସଂସ୍ଥା ର ଅଧକ୍ଷ ବେଦ ପ୍ରକାଶ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ। ସୁନ୍ଦର ଲାଲ ଜୈନ, ମୁଖ୍ୟବକ୍ତା ଭାବରେ ସମାଜସେବୀ ତଥା ବିଶିଷ୍ଟ ନୃତ୍ୟ ଶିଳ୍ପୀ ସୀମା ଅଗ୍ରୱାଲ ଯୋଗୋଦାନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର, ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ ଦୀପ୍ତି ରାଣୀ ସିଂ, ଅଗ୍ରୱାଲ ସଭା ଅଧ୍ୟକ୍ଷ ଲଜେରାମ ଅଗ୍ରୱାଲ, ଦିଗାମ୍ବର ଜୈନ ସମାଜ ର ରାଜ କୁମାର ଜୈନ, ଯୁବ ସମାଜସେବୀ ଜୟଭବାନ ଜୈନ, ସ୍ଥାନୀୟ ମସଜିଦ୍ ର ମୌଲାନା ସାହେବ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜେ ସି ଆଇ ସଂସ୍ଥା ର ସଂଜୀବ ଜୈନ,ମାରବାଡି ଯୁବାମଞ୍ଚ ସୁରେଶ ଗୋଏଲ, ସି ଏ ବସନ୍ତ ଜୈନ ବି ନିଜର ମତବ୍ୟକ୍ତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଟ ଶାନ୍ତ କ୍ରାନ୍ତି ସଙ୍ଘ ର ବସନ୍ତ ଲାଲ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ସଙ୍ଗଠକ ଶୈଳନ୍ଦ୍ର ଜୈନ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ