Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ରୋଣାଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟ ରେ ଜେଜେବାପା, ଜେଜେମା ଦିବସ ପାଳିତ

କଳାହାଣ୍ଡି, ୧୩/୦୯ : କଳାହାଣ୍ଡି ଜିଲ୍ଲା କଲମପୁର ସହର ଠାରେ ଥିବା ଦ୍ରୋଣାଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଙ୍ଗଳବାର ଦିବା ଘ ୧୧ ସମୟରେ ଜେଜେବାପା,ଜେଜେମା ଦିବସ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ସାହିତ୍ୟ ଘର ସଭାପତି ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ରାଜପୁତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ମୁଣ୍ଡ ସମ୍ମାନୀୟ ଅତିଥି ଭାବେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ସାହୁ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିଦିନ ପିତାମାତାଙ୍କ ସହ ବିଦ୍ୟାଳୟ କୁ ଅଧ୍ୟୟନ ପାଇଁ ଛାତ୍ର ଛାତ୍ରୀ ଆସୁଥିବା ବେଳେ ଆଜିର ଏହି ସ୍ୱତନ୍ତ୍ର ଦିବସରେ ନିଜ ଜେଜେବାପା,ଜେଜେମା ଙ୍କ ସହ ବିଦ୍ୟାଳୟ କୁ ଆସିଥିବାରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳେ ଥିଲା।ଜେଜେବାପା, ଜେଜେମା ମାନେ ନିଜ ନିଜ ପୁଅ ଝିଅ ମାନଙ୍କୁ ଯେମିତି ନିଜର କର୍ତ୍ତବ୍ୟ ସମ୍ପାଦନ କରି ସମାଜରେ ପ୍ରତିଷ୍ଠିତ କରିଛନ୍ତି, ସେମିତି ନିଜ ନାତି,ନାତୁଣୀ ଙ୍କୁ ମଧ୍ୟ ସମାଜରେ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବା ରେ ଜେଜେବାପା, ଜେଜେମା ଗୁରୁତ୍ଵ ପୁର୍ଣ୍ଣ ଭୂମିକା ଅଛି ବୋଲି ମଞ୍ଚରେ ଉପସ୍ଥିତ ଅତିଥି ମାନେ ତାଙ୍କ ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ। ଏହି ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତ ଜେଜେବାପା, ଜେଜେମା ମାନେ ମନଭରି ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ଶିକ୍ଷକ ପ୍ରସାନ୍ତ କଣ୍ଟା କରିଥିବା ବେଳେ ରୁପଶ୍ରୀ ଦେବୀ, ସବିନା ବାନେ, ଅମିତ ରଣା, ସମିତା ବଗର୍ତ୍ତୀ, କ୍ରୀଷ୍ଣା ସିଂ, ସ୍ବସ୍ତି ପ୍ରଜ୍ଞା ପଣ୍ଡା, ଶେଫାଳୀ ପଣ୍ଡା, ରୀତା ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହ ତାଙ୍କର ଜେଜେବାପା, ଜେଜେମା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ